ଆଈ ଓ ନାତୁଣୀ ହାତ ଧରାଧରି ହୋଇ ଚାଲିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଆଈ ଓ ନାତୁଣୀ ହାତ ଧରାଧରି ହୋଇ ଚାଲିଗଲେ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଆଈ ଓ ଦୁଇ ନାତୁଣୀ ହାତ ଧରା ଧରି ହୋଇ ଘରକୁ ଫେରୁଥିଲେ। କିନ୍ତୁ ରାସ୍ତାରେ ବସିଥିଲା ଯମ ଦୂତ। ସେମାନଙ୍କୁ ଉଠାଇ ନେଲା। ମାଲ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ହାତ ଧରାଧରି ହୋଇ ଚାଲିଗଲେ ଆଈ ଓ ନାତୁଣୀ। ଆଜି ଏପରି ଏକ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଦେବଗଡ଼ରେ ଘଟିଛି।

ପୂରା ଘଟଣା ଏମିତି। ଦେବଗଡ଼ ଥାନା ଅନ୍ତର୍ଗତ ପଲସାକୁଦର ଗାଁର ରମେଶ ପାତ୍ରଙ୍କ ସ୍ତ୍ରୀ ନିରୁପମା ଦୁଇ ନାତୁଣୀ ରୁବି ଓ ଛବିଙ୍କୁ ଧରି ବଣିଆସିଲିଣ୍ଡାକୁ ଯାଇଥିଲେ। ସନ୍ଧ୍ୟା ବେଳେ ସେମାନେ ହାତ ଧରାଧରି ହୋଇ ୪୯ ନଂ ଜାତୀୟ ରାଜପଥର ପାର ହେଉଥିଲେ।

ଏହି ସମୟରେ ଏକ ମାଲ୍‌ ବୋଝେଇ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ନିରୁପମା ଓ ରୁବିଙ୍କର ମୃତ୍ୟୁ ଘଟିଥିଲା। ଛବିଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହାକୁ ନେଇ ପଲସାଗୁଦରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଏନ୍‌ଏଚ୍‌ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ଜଣାପଡ଼ିଛି।

ଦେବଗଡ଼ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି। ଏପରିକି ଟ୍ରକ୍‌ ଚାଳକକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2Mls6WE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages