୮୯ ବର୍ଷ ବୟସରେ ସଫଳ ଉଦ୍ୟୋଗୀ, କମାଉଛନ୍ତି କୋଟି କୋଟି ଟଙ୍କା     - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

୮୯ ବର୍ଷ ବୟସରେ ସଫଳ ଉଦ୍ୟୋଗୀ, କମାଉଛନ୍ତି କୋଟି କୋଟି ଟଙ୍କା    

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ନୂଆ କରିବାକୁ କୌଣସି ବୟସ ସୀମା ନ ଥାଏ। ତେଣୁ କୁହାଯାଏ ମୃତ୍ୟୁ ପର୍ଯ୍ୟନ୍ତ କର୍ମଚଞ୍ଚଳ ରହୁଥିବା ମଣିଷ ହିଁ ଜଣେ ସଫଳ ବ୍ୟକ୍ତି ।

ସେମିତି ଜଣେ ମହିଳା ହେଉଛନ୍ତି ଲତିକା ଚକ୍ରବର୍ତ୍ତୀ। ୮୯ ବର୍ଷ ବୟସରେ ସେ ଆଜି ପାଲଟିଛନ୍ତି ଜଣେ ସଫଳ ଉଦ୍ୟୋଗୀ। ଆଉ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା।

ଲତିକା ନିଜ ଅନ୍‌ଲାଇନ୍‌ ବ୍ୟବସାୟ ପାଇଁ ଏବେ ସାରା ଦୁନିଆରେ ପରିଚୟ ପାଇଛନ୍ତି। ନିଜ ହାତତିଆରି ହ୍ୟାଣ୍ଡ ବ୍ୟାଗ୍‌ ବିକ୍ରି କରି ସେ କମାଉଛନ୍ତି ବିପୁଳ ଅର୍ଥ। ତାଙ୍କ ହ୍ୟାଣ୍ଡ ବ୍ୟାଗ୍‌ଗୁଡ଼ିକ ସୁନ୍ଦର ଓ ଆକର୍ଷଣୀୟ। ହେଲେ ପରିଣତ ବୟସରେ ଏମିତି କାମ କରିବାକୁ ତାଙ୍କ ଇଚ୍ଛା ପଛରେ ଲୁଚିଛି ଏକଲାପଣର ଦୁଃଖ।

ଲତିକାଙ୍କର ସ୍ୱାମୀ କୃଷ୍ଣଲାଲ୍ ଚକ୍ରବର୍ତ୍ତୀ ସର୍ଭେ ଅଫ୍ ଇଣ୍ଡିଆରେ ସର୍ବେକ୍ଷକ ଭାବେ କାମ କରୁଥିଲେ। ହଠାତ୍‌ ତାଙ୍କର ମୃତ୍ୟୁ ହୁଏ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ନିଜ ପୁଅ ରାଜ ଚକ୍ରବର୍ତ୍ତୀଙ୍କ ସହ ରହୁଥିଲେ। ରାଜ୍‌ ନୌସେନାରେ ଚାକିରି କରିଥିବାରୁ ତାଙ୍କୁ ସବୁବେଳେ ଅଲଗା ଅଲଗା ସ୍ଥାନକୁ ଯିବାକୁ ପଡ଼ୁଥିଲା। ଯାହା ଲତିକାଙ୍କୁ ଭଲ ଲାଗୁ ନ ଥିଲା, ତେଣୁ ଏକୁଟିଆ ରହିବାକୁ ସେ ସ୍ଥିର କରନ୍ତି। ଆଉ ଅବସର ସମୟରେ ଆରମ୍ଭ କରନ୍ତି ଅନ୍‌ଲାଇନ୍‌ ବ୍ୟବସାୟ।

କଥାରେ ଅଛି ନା, ବୟସ ଯାହା ହେଉ ନା କାହିଁକି, ଯଦି ଆପଣ କିଛି କରିବାକୁ ଦୃଢ଼ ସଂକଳ୍ପ ନେଇଯାଆନ୍ତି ତେବେ ଆପଣଙ୍କୁ ଏହାକୁ ପୂର୍ଣ୍ଣ କରିବାରୁ କେହି ଅଟକାଇ ପାରିବେ ନାହିଁ। ଖାଲି ଯାହା ଦୃଢ ଇଚ୍ଛାଶକ୍ତି, ସଂକଳ୍ପ, କଠିନ ପରିଶ୍ରମ ଓ ଆତ୍ମ ବିଶ୍ୱାସ ଥିବା ଆବଶ୍ୟକ।

ଆଉ ଲତିକାଙ୍କ ପାଖରେ ଏ ସବୁ ଥିଲା। ସେଇଥିପାଇଁ ସେ ଆଜି ଜଣେ ସଫଳ ଅନ୍‌ଲାଇନ୍‌ ଉଦ୍ୟୋଗୀ।

ୱେବ ମାର୍କେଟରେ ତାଙ୍କ ହାତ ତିଆରି ଜିନିଷର ବେଶ ଚାହିଦା ରହିଛି। ତେଣୁ ଲତିକାଙ୍କ ବିଜନେସ୍‌ ମଧ୍ୟ ଦୃଢ ହେବାରେ ଲାଗିଛି। ଲତିକା ଏହି ବିଜନେସ୍‌ ଜରିଆରେ ଅନେକ ମହିଳାଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।

ଏହି ବୟସରେ ଲୋକେ ସାଧାରଣତଃ ତୀର୍ଥ କିମ୍ବା ଭଗବାନଙ୍କ ପୂଜାର୍ଚ୍ଚନାରେ ମନ ବଳାଇଥାନ୍ତି। ହେଲେ ଲତିକା କିଛି ଅଲଗା କରି ଦେଖାଇଛନ୍ତି। ନିଜ ମନୋବଳ ଓ ଆତ୍ମବିଶ୍ୱାସ ତାଙ୍କୁ କର୍ମଚଞ୍ଚଳ କରିଛି ।

ଲତିକାଙ୍କ କାହାଣୀ ଜାଣିଲା ପରେ ଆପଣ ମଧ୍ୟ ଜାଣିପାରିଥିବେ ଯେ ସତରେ ସ୍ୱପ୍ନ ସାକାର କରିବାକୁ ବୟସ କେବେ ବାଧକ ହୁଏନା।



from OdishaReporter https://ift.tt/2P0JgHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages