ଯେବେ ବିମାନରେ ଜେଆ.ର.ଡି ଟାଟାଙ୍କ ସହ ଦିଲ୍ଲୀପ କୁମାରଙ୍କ ହୋଇଥିଲା ଭେଟ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଯେବେ ବିମାନରେ ଜେଆ.ର.ଡି ଟାଟାଙ୍କ ସହ ଦିଲ୍ଲୀପ କୁମାରଙ୍କ ହୋଇଥିଲା ଭେଟ…

ନୂଆଦିଲ୍ଲୀ: ଜଣେ ମଣିଷର ମୂଲ୍ୟ କେତେ? ଏହି ଆକଳନର ମାପକାଠି କ’ଣ? ଧନ ଦୌଲତ, ଆଭିଜାତ୍ୟ, ନା ମଣିଷପଣିଆ ? ତା’ର ପରିଚୟ କଣ ? ନିଜ ଜୀବନରେ ଅର୍ଜନ କରିଥିବା ସମ୍ମାନ, ପ୍ରତିଷ୍ଠା ନା ଆଚାର ବ୍ୟବହାର ଓ ସଂସ୍କାର? ବାସ୍ତବ ଜୀବନରେ ଟଙ୍କା, ପଇସା, ସମ୍ପତ୍ତି , ସୁନାମ, ସାମାଜିକ ପ୍ରତିଷ୍ଠା ମଣିଷକୁ ଗର୍ବିତ କରେ।

ସଫଳତାର ଶୀର୍ଷରେ ପହଞ୍ଚିଲେ ମଣିଷ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରେ। ନିଜର ଓଜନକୁ ନେଇ ତଉଲିବା ଆରମ୍ଭ କରେ। ହେଲେ ମଣିଷର ମୂଲ୍ୟ ବା ପରିଚୟ ଯେ ନିଜେ ସଞ୍ଚିଥିବା ଟଙ୍କା ପଇସା, ଖ୍ୟାତି କିମ୍ୱା ଧନଦୌଲତ ନୁହେଁ, ତାହା ବଲିଉଡ୍‌ର ପ୍ରଖ୍ୟାତ ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି।

ଏହି ଶିକ୍ଷା ସେ ଭାରତୀୟ ଶିଳ୍ପ ଇତିହାସର ଭୀଷ୍ମ ପିତାମହଙ୍କ ଜେ.ଆର.ଡି ଟାଟାଙ୍କ ସହ ଭେଟ ହେବା ପରେ ପାଇଥିବା ଉଲ୍ଲେଖ କରିଛନ୍ତି।

ଏକ ବିମାନଯାତ୍ରାରେ ଦୁହେଁ ସଂଯୋଗବଶତଃ ପାଖାପାଖି ବସିଥିବା ବେଳେ ଜେ.ଆର.ଡି ଟାଟାଙ୍କ ଠାରୁ ଦିଲ୍ଲୀପ କୁମାର ଏକ ନିଆରା ଅନୁଭୂତି ପାଇଥିଲେ। ଘଟଣାଟି ଏକ ସିନେମାର କାହାଣୀ ପରି। କିନ୍ତୁ କଥାଟି ସତ।

ଉଭୟ ଦିଲ୍ଲୀପ କୁମାର ଏବଂ ଜେ.ଆରଡି ଟାଟା ଉଭୟଙ୍କ କ୍ଷେତ୍ରରେ ବେଶ ପ୍ରତିଷ୍ଟିତ। ସେଦିନ ବିମାନରେ କୌଣସି ଏକ ସ୍ଥାନକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା।

ଇଏ ସେହି ସମୟର କଥା ଯେତେବେଳେ ଜେ ଆର.ଡି. ଟାଟା ଜଣେ ସଫଳ ଶିଳ୍ପପତି ଓ ଅତ୍ୟନ୍ତ ଧନୀ ବ୍ୟବସାୟୀ ଭାବେ ବ୍ୟାପକ ପ୍ରତିଷ୍ଠା ଅର୍ଜନ କରିସାରିଥିଲେ ଆଉ ଦିଲ୍ଲୀପ କୁମାରଙ୍କ କ୍ୟାରିୟର ମଧ୍ୟ ପିକ୍‌ ପିରିୟଡରେ ଥିଲା। ଉଭୟ ଫ୍ଲାଇଟ୍‌ରେ ପାଖାପାଖି ବସିଥିଲେ ମଧ୍ୟ ଦିଲୀପ କୁମାର ଜେ.ଆରଡି. ଟାଟାକୁ ଚିହ୍ନି ପାରି ନ ଥିଲେ। କାରଣ ଜେ.ଆର.ଡି ଟାଟାଙ୍କ ବେଶ ପୋଷାକ ଥିଲା ଅତି ସାଧାରଣ।

ତେବେ ଦିଲୀପ କୁମାରଙ୍କୁ ଦେଖି ବିମାନରେ ଥିବା ଯାତ୍ରୀମାନେ ଉତ୍ସାହିତ ହୋଇପଡ଼ିଥିଲେ। କିଏ ତାଙ୍କ ଅଟୋଗ୍ରାଫ୍‌ ନେଇଥିଲା ତ’ ଆଉ କିଏ ତାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରୁଥିଲା।

କିନ୍ତୁ ପାଖ ସିଟ୍‌ରେ ବସିଥିବା ଜେ.ଆର.ଡି ଟାଟାଙ୍କର ତାଙ୍କ ପାଖରେ କିଏ ବସିଛି ସେଥିପ୍ରତି ଆଦୌ ଧ୍ୟାନ ନ ଥିଲା। ସେ ମ୍ୟାଗାଜିନ୍‌ ପଢ଼ିବାରେ ବ୍ୟସ୍ତ ଥିଲେ। ଆଉ ବେଳେ ବେଳେ ବିମାନ ବାହାରର ଦୃଶ୍ୟକୁ ଝରକା ବାଟେ ଅବଲୋକନ କରୁଥିଲେ। ଏହା ଦେଖି ଦିଲ୍ଳୀପ କୁମାରଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା।

ବିମାନରେ ବସିଥିବା ସବୁଯାତ୍ରୀ ତାଙ୍କ ସହ କଥା ହେବା ପାଇଁ ଚାହୁଁଛନ୍ତି। କେହି କେହି ତାଙ୍କ ଅଟୋଗ୍ରାଫ ନେଉଛନ୍ତି। ଅଥଚ୍‌ ତାଙ୍କ ପାଖରେ ବସିଥଥିବା ବ୍ୟକ୍ତି ଜଣକ ତାଙ୍କୁ ଅନାଉ ବି ନାହାନ୍ତି !

ତାଙ୍କ ସହ କଥା ହେବା ପାଇଁ ଦିଲୀପ କୁମାର ଭାବିଲେ। କିନ୍ତୁ କଥା ହେବେ କେମିତି, ତାହା ତାଙ୍କୁ ଚିନ୍ତାରେ ପକାଇଦେଇଥିଲା। ଅଚାନକ ଜେ.ଆର.ଡି. ଟାଟା ଦିଲୀପଙ୍କୁ ଚାହିଁ କହିଲେ ‘ହ୍ୟାଲୋ’। ଦିଲୀପ ବି ଜବାବ ଦେଲେ। ଏହି ଆଳରେ ଜେ.ଆର.ଡି. ଟାଟାଙ୍କ ସହ କଥା ହେବା ପାଇଁ ମୌକା ମିଳିଗଲା।

ଦିଲ୍ଳୀପ କୁମାର ତାଙ୍କୁ ପଚାରିଲେ ଆପଣ କଣ ଫିଲ୍ମ ଦେଖନ୍ତି ? ଟାଟା କହିଲେ ହଁ । ଖୁବ୍‌ କମ୍‌। ବର୍ଷରେ ଗୋଟିଏ ଦୁଇଟି ଫିଲ୍ମ ହିଁ ଦେଖେ । ଏହାରି ଭିତରେ ଟାଟା ପଚାରିଲେ, ଆପଣ କଣ କରନ୍ତି? ଦିଲ୍ଳୀପ କହିଲେ, ମୁଁ ଫିଲ୍ମରେ ଅଭିନେତା ଭାବେ କାମ କରେ। ଉତ୍ତରରେ ଟାଟା କହିଲେ ‘ଓ’ ଦ୍ୟାଟସ୍‌ ୱଣ୍ଡରଫୁଲ୍‌’।

ଏମିତି ଦୁଇଜଣକ ମଧ୍ୟରେ ଆଲୋଚନା ଆଗକୁ ବଢ଼ିଲା। ଆଉ ଏହାରି ଭିତରେ ପ୍ଲେନ୍‌ଟି ଲ୍ୟାଣ୍ଡ କଲା। ତେବେ ବିମାନ ଅବତରଣ ପରେ ଦିଲୀପ କୁମାର ଟାଟାଙ୍କ ସହ ହାତ ମିଳାଇ କହିଲେ ମୁଁ ଦିଲ୍ଳୀପ କୁମାର। ସଙ୍ଗେ ସଙ୍ଗେ ଦିଲ୍ଳୀପଙ୍କୁ ବ୍ୟକ୍ତି ଜଣକ ନମ୍ରତାର ସହ କହିଲେ, “ଧନ୍ୟବାଦ୍ ମୁଁ ଜେ.ଆର.ଡି ଟାଟା।”

ଏଥିରେ ଦିଲୀପ କୁମାର ଆଚମ୍ୱିତ ହୋଇଗଲେ। କାରଣ ଭାରତବର୍ଷର ଜଣେ ଏଡ଼େ ବଡ଼ ମହାନ ବ୍ୟକ୍ତି ତାଙ୍କ ପାଖରେ ବସିଥିଲେ, ହେଲେ ସେ ତାଙ୍କୁ ଚିହ୍ନିପାରି ନଥିଲେ।

ଏ ସମ୍ପର୍କରେ ଦିଲ୍ଳୀପ କୁମାର ନିଜ ଅଟୋ-ବାୟୋଗ୍ରାଫିରେ ଲେଖିଛନ୍ତି ଯେ, ଜେ.ଆର.ଡି ଟାଟାଙ୍କ ସହ ସେହି ଭେଟକୁ ମୁଁ କେବେ ଭୁଲିପାରିବି ନାହିଁ। ତାଙ୍କ ସହ ମିଶିଲା ପରେ ମୋତେ ଲାଗିଲା ମଣିଷର ମୂଲ୍ୟ ପଇସା, ଖ୍ୟାତି ବା ସମ୍ପତ୍ତି ହୋଇ ନପାରେ। ତାହା କେବଳ ତାଙ୍କର ଆଚାର ବ୍ୟବହାର ଓ ସଂସ୍କାର ଦ୍ୱାରା ନିର୍ଣ୍ଣିତ ହୋଇପାରେ।

ଏ କଥାର ଅବତାରଣା ପରେ ଦିଲ୍ଲୀପ କୁମାର ଲେଖିଛନ୍ତି, “No matter how big you are, there is someone bigger.”



from OdishaReporter https://ift.tt/2OpYXqO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages