ପଞ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ସରକାରଙ୍କ ଆନ୍ତରିକତାର ଅଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ପଞ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ସରକାରଙ୍କ ଆନ୍ତରିକତାର ଅଭାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିଛି। ଏଥିପାଇଁ କେବଳ କେନ୍ଦ୍ରକୁ ସୁପାରିସ କରିଦେଇ ୫ ବର୍ଷ ହେଲା ଚୁପ୍‌ ବସିଛନ୍ତି ରାଜ୍ୟ ସରକାର । ସଂସଦରେ କେନ୍ଦ୍ର ଆଇନ ରାଷ୍ଟ୍ର ମନ୍ତ୍ରୀ ଆଜି ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଫଳରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚକୁ ନେଇ ବେଶ୍‌ କିଛିଦିନର ନୀରବତା ପରେ ପୁଣି ଆରମ୍ଭ ହୋଇଛି ଦୋଷ ଲଦାଲଦି।

ପଶ୍ଚିମ ଓଡିଶାରୁ କଟକ, ପୁଣି କଟକରୁ ଦିଲ୍ଲୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସବୁଠି ଶୁଭିଛି ଆନ୍ଦୋଳନର ସ୍ୱର। ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଚାଲିଛି ଆନ୍ଦୋଳନ । ତେବେ ସଂସଦରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି .ପି ଚୌଧୁରୀଙ୍କ ଏ ସମ୍ପର୍କିତ ଉତ୍ତର ପୁଣି ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରୀତିକୁ ପଦାରେ ପକାଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆବଶ୍ୟକ ଅନୁମତି ନେଇ ନ ଥିବା ବେଳେ ସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇ ନାହାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି ।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଆଇନ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି,ଏଥିପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ, ଯାହା ଓଡ଼ିଶାର ପ୍ରସ୍ତାବରେ ନାହିଁ । ୨୦୧୩ ସେପ୍ଟେମ୍ବରରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ୨ଟି ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ସେହିବର୍ଷ ଅକ୍ଟୋବରରେ ଏ ସମ୍ପର୍କିତ ପ୍ରସ୍ତାବ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଠାଯାଇଥିଲା ।  ତାପରେ ୫ ବର୍ଷ ହେବ ଚୁପ୍‌ ବସିଛନ୍ତି ସରକାର । ତେଣୁ ପ୍ରଶ୍ନ ଉଠିଛି, ପ୍ରକୃତରେ ହାଇକୋର୍ଟ ବେଞ୍ଚ ପାଇଁ ସରକାର ଚାହୁଁଛନ୍ତି ନା ଭୋଟ୍ ବ୍ୟାଙ୍କ ବିଗିଡ଼ିବା ଆଶଙ୍କାରେ କେବଳ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ସମୟ ଗଡ଼ାଇ ଚାଲିଛନ୍ତି?

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ ଚାଲିଛି। କେନ୍ଦ୍ର ସରକାର ଅନେକ ଥର ସଂସଦରେ ରାଜ୍ୟ ସମ୍ପୁର୍ଣ୍ଣ ପ୍ରସ୍ତାବ ଦେଉନି ବୋଲି ଅଭିଯୋଗ କରି ଆସୁଛନ୍ତି । ଗତ ଜାନୁଆରୀ ୫ରେ ପ୍ରସନ୍ନ ଆଚାର୍ଯ୍ୟ,୧୮ ଡିସେମ୍ବର ୨୦୧୫ରେ  ଭୁପିନ୍ଦିର ସିଂହ,  ୮ ଅଗଷ୍ଟ ୨୦୧୧ ଓ ୧୬ ଅଗଷ୍ଟ ୨୦୧୦ରେ ରୁଦ୍ର ନାରାୟଣ ପାଣି ପଚାରିଥିବା ପ୍ରଶ୍ନରେ ରାଜ୍ୟ ସରକାର କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବା କହି ଆଡେଇ ଯାଇଥିଲେ।



from OdishaReporter https://ift.tt/2n5FqAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages