ଏସିଆନ୍‌ ଗେମ୍ସ ହକି: ଶ୍ରୀଲଙ୍କାକୁ ୨୦-୦ ଗୋଲ୍‌ରେ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ଏସିଆନ୍‌ ଗେମ୍ସ ହକି: ଶ୍ରୀଲଙ୍କାକୁ ୨୦-୦ ଗୋଲ୍‌ରେ ହରାଇଲା ଭାରତ

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳର ବିଜୟ ଧାରା ଜାରି ରହିଛି। ଆଜି ଗ୍ରୁପ୍‌ର ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କାକୁ ବୃହତ ୨୦-୦ ଗୋଲ୍‌ ବ୍ୟବଧାନରେ ପରାସ୍ତ କରିଛି।

ଏହି ବିଜୟ ସହ ଟେବୁଲ୍‌ ଶୀର୍ଷରେ ରହି ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଆକାଶଦୀପ ସର୍ବାଧିକ ୬ଟି ଗୋଲ ଦେଇଥିବା ବେଳେ ରୁପିନ୍ଦରପାଲ ସିଂହ, ମନଦୀପ ଓ ହରମନପ୍ରୀତ୍‌ ୩ଟି ଲେଖାଏ ଗୋଲ କରିଛନ୍ତି।

ସେହିପରି ବିବେକ, ଦଲପ୍ରୀତ୍‌, ଲଳିତ ଏବଂ ଓଡ଼ିଆ ତାରକା ଅମିତରୋହି ଦାସ ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି।

ଭାରତ ଗ୍ରୁପ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୧୭-୦, ଦ୍ୱିତୀୟ ମ୍ୟାଚ୍‌ରେ ହଂକଂକୁ ୨୬-୦, ତୃତୀୟ ମ୍ୟାଚ୍‌ରେ ଜାପାନକୁ ୮-୦ ଓ ୪ର୍ଥ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୫-୩ ଗୋଲରେ ପରାସ୍ତ କରିଥିଲା। ଆଜି ଭାରତ ଶ୍ରୀଲଙ୍କାକୁ ୨୦ଟି ଗୋଲ୍‌ ଦେବା ପରେ ଗ୍ରୁପ୍‌ ପର୍ଯ୍ୟାୟରେ ଟିମ୍‌ ଇଣ୍ଡିଆ ସମୁଦାୟ ୭୬ ଗୋଲ୍‌ ଦେବାର ଏକ ବିରଳ ରେକର୍ଡ କରିଛି।

ଆସନ୍ତା ୩୦ ତାରିଖରେ ଟିମ୍‌ ଇଣ୍ଡିଆ ମ୍ୟାଲେସିଆ ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ୍‌କୁ ଓହ୍ଲାଇବ।



from Odisha Reporter https://ift.tt/2BSdWbJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages