
ଝାରସୁଗୁଡ଼ା(ଭାଗୀରଥି ସାହୁ): ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଏକ ମାଲବାହୀ ଟ୍ରେନ୍ ଏକ ହାଇୱାକୁ ଧକ୍କା ଦେଇଛି। ହାଇୱାକୁ ଧକ୍କା ଦେବା ପରେ ଟ୍ରେନ୍ର ଗୋଟିଏ ବଗି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ ହାଇୱାଟିର ବ୍ରେକ୍ ଡାଉନ୍ ହୋଇଯିବାରୁ ରେଳ ଧାରଣାରେ ଫସି ଯାଇଥିଲା। ଏତିକିବେଳେ ଏକ ମାଲିବାହୀ ଟ୍ରେନ୍ ଆସି ଏହାକୁ ଧକ୍କା ଦେଇଥିଲା।
ଜଗୁଆଳି ବିହୀନ ରେଳ କ୍ରସିଂ ପାଇଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ଝାରସୁଗୁଡ଼ା ଜିଲ୍ଲାର ବାଳିଯୁରି ଠାରୁ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କୋଇଲାଖଣି ଅଞ୍ଚଳକୁ ଏହି ରେଳ ଲାଇନ୍ଟି ସଂଯୋଗ କରେ। ଏହି ରେଳ ଲାଇନ୍ରେ କେବଳ ମାଲବାହୀ ଟ୍ରେନ୍ ଚଳାଚଳ କରେ।
from Odisha Reporter https://ift.tt/2wbE2RA
No comments:
Post a Comment