
ମୁମ୍ବାଇ (ଓଡ଼ିଶା ରିପୋର୍ଟର): ବମ୍ବେ ଟକିଜ୍ ପରିସରରେ ଦିନେ ଏକାଠି ଖେଳୁଥିଲେ ସେମାନେ। ବାଜି ଲାଗିଥିଲା ପ୍ରେମ। ସାଥିରେ ଖେଳୁଥିବା ସେଇ ଛୋଟ ଝିଅଟିକୁ ବାହା ହେବାକୁ ଅଝଟ କରୁଥିଲେ କୁନି କିଶୋର। ଆମେ କହୁଛୁ କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ କଥା। ଯାହାଙ୍କର ଆଜି ହେଉଛି ଜନ୍ମଦିନ। ବଲିଉଡ୍କୁ ଅନେକ ହିଟ୍ ଗୀତ ଉପହାର ଦେଇଥିବା କିଶୋର ଦା ପ୍ରେମରେ ଥିଲେ ପକ୍କା। ତା ହେଲେ ଆସନ୍ତୁ ଜାଣିବା କିଶୋରଙ୍କ ପ୍ରେମକାହାଣୀରୁ ରୋଚକ କଥାଟିଏ।
ବମ୍ବେ ଟକିଜ୍। ମୟା ନଗରୀ ମୁମ୍ବାଇର ଏହି ସ୍ଥାନଟି ଚଳଚ୍ଚିତ୍ର ଶିଳ୍ପ ସହ ଓତଃପ୍ରୋତ ଭାବେ ଜଡିତ। ଏଇଠି ଦିନେ କିଶୋର ଦା’ଙ୍କ ପିଲାବେଳ କଟିଥିଲା। ସାଥିଥିଲେ ମେହମୁଦ ଅଲି ଆଉ ମୁମତାଜ ଯାହାଁ ବେଗମ ଦହଲେବି। ମୁମୁତାଜ ପିଲାଟିବେଳୁ ଥିଲେ ଭାରି ଚୁଲବୁଲି ଆଉ ସୁନ୍ଦରୀ। ଉଭୟ ଏକାଠି ବୋହୂ ବୋହୂକା ଖେଳ ଖେଳିବା ବେଳେ ମୁମତାଜଙ୍କୁ କିଏ ବାହାହେବ ସେ ନେଇ ଲାଗୁଥିଲା ସର୍ତ୍ତ। ଆଉ ଏଇ ସର୍ତ୍ତ ପାଇଁ ଅଝଟ ହୋଇ ପଡୁଥିଲେ କିଶୋର ଦା’। କିନ୍ତୁ ବଡ଼ ଭାଇ ଦାଦା ମୁନି ସାନ ଭାଇକୁ ସତେବେଳେ ବୁଝେଇ ଦେଉଥିଲେ।
ସମୟ ସହ ତାଳ ମିଳେଇ ବୟସ ବି ବଢିଲା। ଆଉ ଦେଖୁ ଦେଖୁ ୩ ସାଙ୍ଗ ୩ ଦିଗରେ ଚାଲିଗଲେ। କିଏ ବିବାହ କଲେ ତ କିଏ ପାଲଟିଗଲେ କମେଡିଆନ୍। ଆଉ କିଶୋର ଦା। ତାଙ୍କ କଥା ତ ପୁରା ନିଆରା। ଏବେ ଆପଣ ଭାବୁଥିବେ ମୁମତାଜଙ୍କ କଥା । କିଏ ଏ ମୁମତାଜ୍ ?
ବାସ୍ତବରେ ମୁମତାଜ ଯାହାଁ ବେଗମ ଦହଲେବି ହେଉଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ମଧୁବାଲାଙ୍କ ପ୍ରକୃତ ନାଁ। ପିଲାବେଳର ଏହି ବୋହୂ ବୋହୂକା ଖେଳ ସେତେବେଳେ ସତସତିକା ରୂପ ନିଏ ଯେତେବେଳେ ମଧୁବାଲାଙ୍କର ନିଜ ପ୍ରଥମ ସ୍ୱାମୀ ଦୀଲିପ କୁମାରଙ୍କ ସହ ମତାନ୍ତର ହୁଏ। ଆଉ ଠିକ୍ ଏତିକି ବେଳେ ପୁଣିଥରେ ପ୍ରେମର ପୁଲକ ଆସେ କିଶୋରଙ୍କ ମନରେ। ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ଘଟିଥିବାରୁ ସେ ପିଲାବେଳର ସାଥି ମୁମତାଜ୍ ଓରଫ ମଧୁବାଲାଙ୍କୁ କରିନିଅନ୍ତି ଜୀବନ ସାଥି। ଆଉ ଥଟ୍ଟାରେ ମେହମୁଦଙ୍କୁ କୁହନ୍ତି- ”ଦେଖ୍ ବାଜି ମୁଁ ଜିତିଗଲି। ମୁମ୍ତାଜ ମୋର ହେଲା।”
from OdishaReporter https://ift.tt/2OFORDf
No comments:
Post a Comment