ଫାଇନାଲ୍‌ରେ ସିନ୍ଧୁ, ଆସନ୍ତାକାଲି ଟାଇଟଲ୍‌ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଫାଇନାଲ୍‌ରେ ସିନ୍ଧୁ, ଆସନ୍ତାକାଲି ଟାଇଟଲ୍‌ ଲଢ଼େଇ

ନାନ୍‌ଜିଙ୍ଗ: ଚୀନ୍‌ର ନାନ୍‌ଜିଙ୍ଗଠାରେ ଚାଲିଥିବା ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ସଟ୍‌ଲର୍‌ ତଥା ଅଲିମ୍ପିକ୍ସ ରୌପ୍ୟ ବିଜୟନୀ ପିଭି ସିନ୍ଧୁ ନିଜର ଦବଦବା ଜାରି ରଖିଛନ୍ତି। ଆଜି ସିନ୍ଧୁ ସେମିଫାଇନାଲ୍‌ ମୁକାବିଲାରେ ବିଶ୍ୱର ଦ୍ୱିତୀୟ ସିଡ୍‌ ତଥା ଜାପାନର  ଆକେନ୍‌ ୟାମାଗୁଚିଙ୍କୁ  ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨-୦ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଚାମ୍ପଅନ୍‌ଶିପ୍‌ ଟାଇଟଲ୍‌ ପାଇଁ ସିନ୍ଧୁ ଓ ଅଲିମ୍ପିକ୍ସ  ସ୍ୱର୍ଣ୍ଣ ବିଜୟିନୀ କାରୋଲିନା ମାରିନ୍‌ଙ୍କ ମଧ୍ୟରେ ଲଢ଼େଇ ହେବ।

ସେମିଫାଇନାଲ୍‌ର ପ୍ରଥମ ସେଟ୍‌ରେ ସିନ୍ଧୁ ଓ ୟାମାଗୁଚିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୟାମାଗୁଚି ଘନଘନ ଆକ୍ରମଣ କରି ୪-୦ରେ ଆଗୁଆ ରହିଥିଲେ। ତେବେ  ଠିକଣା ସମୟରେ ସିନ୍ଧୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦ ମିନିଟ୍‌ ଧରି ଚାଲିଥିବା ଏହି ସେଟ୍‌ଟିକୁ ସିନ୍ଧୁ ୨୧-୧୬ରେ ଜିତି ନେଇଥିଲେ।

ଦ୍ୱିତୀୟ ସେଟ୍‌ରେ ପ୍ରଥମ ସେଟ୍‌ଠାରୁ ଆହୁରି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ ସେଟ୍‌ ଭଳି ଦ୍ୱିତୀୟ ସେଟ୍‌ରେ ମଧ୍ୟ ୟାମାଗୁଚି ୮-୪ରେ ସିନ୍ଧୁଙ୍କ ଠାରୁ ଆଗରେ ଥିଲେ। ତେବେ କମ୍‌ବ୍ୟାକ୍‌ରେ ସିଦ୍ଧହସ୍ତ ସିନ୍ଧୁ ପାଲଟା ଆକ୍ରମଣ କରି ୨୪-୨୨ରେ ସେଟ୍‌ଟିକୁ କବଜା କରିନେଇଥିଲେ।

ଅନ୍ୟପଟେ ମାରିନ୍‌ ମଧ୍ୟ ନିଜର ସେମିଫାଇନାଲ୍‌ ମୁକାବିଲାକୁ ଜିତି ନେଇଛନ୍ତି। ସେ ହେ ବିଙ୍ଗଜିଆଓଙ୍କୁ ୧୩-୨୧, ୨୧-୧୬ ଓ ୨୧-୧ରେ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଛନ୍ତି।



from OdishaReporter https://ift.tt/2MmDMFC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages