
ବରଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ରବିବାର ରାଖୀ ପୂର୍ଣ୍ଣିମା। ତେବେ ତା’ପୂର୍ବରୁ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସିଂହପାଲି ଗାଁରେ ଶୋକର ଛାୟା ଖେଳି ଯାଇଛି। ଏଠାରେ ଏକ ଘରେ ଭାଇଭଉଣୀଙ୍କର ସନ୍ଦେହ ଜନକ ଭାବେ ମତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବିକାଶ ମେହେର (୨୩) ଓ ମୀନତି ମେହର(୨୦)।
ସୂଚନା ଅନୁସାରେ, ଗତକାଲି ରାତିରେ ଦାଶରଥି ମେହେରଙ୍କ ପୁଅ ବିକାଶ ଓ ଝିଅ ମୀନତି ଖାଇ ପିଇ ଶୋଇଥିଲେ। ହେଲେ ଆଜି ସକାଳେ ସେମାନେ ଆଉ ବିଛଣାରୁ ଉଠି ନଥିଲେ। ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।
ଏନେଇ ପରିବାର ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଉଭୟ ମୃତଦେହକୁ ଜବତ କରିଛି। ଘଟଣାର ତଦନ୍ତ ଚାଲିଛି।
from Odisha Reporter https://ift.tt/2PATFtY
No comments:
Post a Comment