
ନୂଆଦିଲ୍ଲୀ: ମୁମ୍ବାଇ ଡ୍ୟାନ୍ସ ବାର୍ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟ କହିଛନ୍ତି ଯେ, ମୁମ୍ବାଇ ପୁଲିସର ଆଚରଣକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ମୁମ୍ବାଇ ପୁଲିସ ‘ମୋରାଲ ପୁଲିସିଂ’ ବା ନୈତିକତାର ଆଳ ଦେଖାଇ ଯଥେଚ୍ଛାଚାର କରୁଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ରାଜ୍ୟ ସରକାରଙ୍କ ମାତ୍ରାଧିକ କଡ଼ା ନିୟମ ପାଇଁ ମୁମ୍ବାଇରେ ଗୋଟିଏ ବି ଡ୍ୟାନ୍ସ ବାର ଚାଲିପାରୁନି।
କୋର୍ଟଙ୍କ କହିବା ଅନୁଯାୟୀ ସମୟ ସହିତ ଅଶ୍ଳୀଳତାର ପରିଭାଷା ମଧ୍ୟ ବଦଳିଛି। କୋର୍ଟ କହିଛନ୍ତି ଯେ, ପୁରୁଣା ହିନ୍ଦୀ ଫିଲ୍ମରେ ଚୁମ୍ବନ ବଦଳରେ ଦୃଶ୍ୟରେ ଦୁଇଟି ଫୁଲକୁ ଏକାଠି କିମ୍ବା ଦୁଇଟି ପକ୍ଷୀକୁ ଏକସଙ୍ଗେ ପ୍ରତୀକାତ୍ମକଭାବେ ପ୍ରଦର୍ଶିତ କରାଯାଉଥିଲା। ହେଲେ ଏବେ ସମୟ ବଦଳିଛି। ଯୁଗ ଅନୁସାରେ ଅଶ୍ଳୀଳତାର ସଂଜ୍ଞା ମଧ୍ୟ ବଦଳିଛି।
ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ରେ ହେବ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଡ୍ୟାନ୍ସ ବାର୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଡ୍ୟାନ୍ସବାର୍ ମାଲିକମାନେ ମହାରାଷ୍ଟ୍ର ସରକାରଙ୍କ ନୀତି ବିରୋଧରେ ଏକ ଆବେଦନ କରିଥିଲେ। ଡ୍ୟାନ୍ସ ବାର୍ ମାଲିକଙ୍କ କହିବା ଅନୁଯାୟୀ ସେମାନଙ୍କ ଲାଇସେନ୍ସ ଆଉ ରି-ନ୍ୟୁ ବା ପୁନଃ ନବୀକରଣ କରାଯାଉ ନାହିଁ। ନୂଆ ଲାଇସେନ୍ସ ବି ମିଳୁନି।
ଗତ ମାର୍ଚ୍ଚ ୨୮ରେ ଏନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ। ତେବେ ରାଜ୍ୟସରକାର କହିଥିଲେ ଯେ, ବାର୍ରେ ସିସିଟିଭି ରହିବା ଜରୁରୀ। ୨୧ ବର୍ଷରୁ କମ୍ ବୟସର ବ୍ୟକ୍ତି ବାର୍କୁ ଯାଇପାରିବେ ନାହିଁ।
ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଅନେକ ଡ୍ୟନ୍ସ ବାର୍ରରେ ନୃତ୍ୟ ନାମରେ ଅଧିକ ଅଶ୍ଳୀଳତା ପ୍ରଦର୍ଶନ କରାଯାଉଛି।
ସେହିପରି ବାର୍ରେ ମଦ ପରଷିବା ନେଇ ରାଜ୍ୟ ସରକାର କଟକଣା ଲାଗୁ କରିଥିବା କହିଥିଲେ। ତେବେ କୋର୍ଟ ପାଲଟା ପ୍ରଶ୍ନ କରିଥିଲେ । କହିଥିଲେ ମଦକୁ କାହିଁକି ବ୍ୟାନ୍ ନ କରି ମଦ ପରଷିବା ଉପରେ ରୋକ୍ ଲାଗାଉଛ? ଡ୍ୟାନ୍ସ ବାର୍ କଟକଣାକୁ ନେଇ ସେତେବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କୋର୍ଟ ନାପସନ୍ଦ କରିଥିଲେ।
from OdishaReporter https://ift.tt/2vwhVor
No comments:
Post a Comment