ଏମିତି ଆମ ବିକାଶ: ଗର୍ଭବତୀଙ୍କୁ ବାଇକରେ ବସାଇ ଠେଲି ଠେଲି ଆଣିଲେ ଗାଁ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଏମିତି ଆମ ବିକାଶ: ଗର୍ଭବତୀଙ୍କୁ ବାଇକରେ ବସାଇ ଠେଲି ଠେଲି ଆଣିଲେ ଗାଁ ଲୋକ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଗାଁକୁ ରାସ୍ତା ବୋଲି କିଛି  ନାହିଁ। ଯେଉଁ ପାଦ ଚଲା ରାସ୍ତାଟିଏ ଅଛି, ସେଥିରେ ଚାଲିଚାଲି ଯିବା କଷ୍ଟକର। ତାହା ପୁଣି କାଦୁଅ ସରସର। ତାହାହେଲେ ଏମିତି ରାସ୍ତାରେ ଆମ୍ୱୁଲାନ୍ସ ଆସିବ କେମିତି?

ସ୍ୱାଧୀନତାର ଏତେ ବର୍ଷ ପରେ ବି  ଏମିତି ଚିତ୍ର ନବରଙ୍ଗପୁରରେ ଦେଖିବାକୁ ମିଳିଛି। ଯେଉଁଠି କାଦୁଅ ରାସ୍ତାରେ ଗର୍ଭବତୀଙ୍କୁ ବସାଇ, ବାଇକ୍‌କୁ ଠେଲି ଠେଲି ଲୋକେ ନେଉଛନ୍ତି।

ପୂରା ଘଟଣା ଏମିତି। ଝରିଗାଁ ବ୍ଲକ୍‌ କୁରଲୁଭଟା ଗାଁର କାଲିଆମଣି ଶାନ୍ତାଙ୍କ ସ୍ତ୍ରୀ ସନାଇଙ୍କର ଆଜି ସକାଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହା ଦେଖି ପରିବାର ଲୋକେ ଆଶା ଦିଦିଙ୍କୁ ଜଣାଇଥିଲେ। ପରେ ଆଶା ଦିଦି ୧୦୨ ଆମ୍ୱୁଲାନ୍ସକୁ ଫୋନ କରିଥିଲେ।

ଗାଁକୁ ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଆସି ୧ କିମି ଦୂର ଧୂମାମ ଗାଁ ନିକଟରେ ଅଟକି ରହିଲା। ଏହା ଜାଣିବା ପରେ ପରିବାର ଲୋକ ଓ ଗାଁ ଲୋକେ ମିଶି ଗର୍ଭବତୀ ମହିଳାଙ୍କୁ ଏକ ବାଇକ୍‌ ପଛରେ ବସାଇ ଠେଲି ଠେଲି ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଗର୍ଭବତୀଙ୍କୁ ଆମ୍ବୁଳାନ୍ସରେ ଆଣି ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି।

ସୂଚନାରୁ ପ୍ରକାଶ, ରାସ୍ତା ପାଇଁ ଗାଁ ଲୋକେ ପ୍ରଶାସନ ପାଖରେ ବର୍ଷ ବର୍ଷ ଧରି ଗୁହାରି କରି ଆସୁଛନ୍ତି। ଗତବର୍ଷ ଗାଁକୁ ରାସ୍ତା ତିଆରି ହୋଇଥିଲା। କିନ୍ତୁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ରାସ୍ତା ଅଧପନ୍ତରିଆ ହୋଇପଡ଼ି ରହିଛି। ଠିକାଦାର ଜଣକ କେବଳ ମାଟି ଟିକିଏ ପକାଇ ରାସ୍ତା କାମ ସାରି ଦେଇଥିବା ଅଭିଯୋଗ ହେଉଛି।ଯାହାଫଳରେ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।



from Odisha Reporter https://ift.tt/2PBat3P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages