କ୍ରିକେଟ୍‌ ଏକାଡେମୀ ଖୋଲିବେ ସଚିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

କ୍ରିକେଟ୍‌ ଏକାଡେମୀ ଖୋଲିବେ ସଚିନ୍

(ଓଡିଶା ରିପୋର୍ଟର): ବିଶ୍ୱବ୍ୟାପୀ କ୍ରିକେଟ୍ ପ୍ରତିଭାଙ୍କୁ ଚିହ୍ନଟ ସହ ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେଇ ବିଶ୍ୱସ୍ତରୀୟ ଖେଳାଳି କରିବା ପାଇଁ ନିଜସ୍ୱ ଏକାଡେମୀ ଖୋଲିବେ ମାଷ୍ଟର୍‌ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲ୍‌କର୍‌। ଏଥିପାଇଁ ସଚିନ୍ ଇଂଲିଶ୍‌ କାଉଣ୍ଟି କ୍ଲବ୍ ମିଡିଲ୍‌ସେକ୍ସ ସହ ଚୁକ୍ତି କରିଛନ୍ତି। ଏହି ଏକାଡେମୀର ନାଁ ରହିବ ‘ତେନ୍ଦୁଲ୍‌କର୍ ମିଡିଲ୍‌ସେକ୍ସ ଗ୍ଲୋବାଲ୍ ଏକାଡେମୀ’।

ତେନ୍ଦୁଲ୍‌କର୍‌ ଓ ମିଡିଲ୍‌ସେକ୍ସର ଏହି ମିଳିତ ଏକାଡେମୀ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ୯ରୁ ୧୪ ବର୍ଷ ବୟସ ମଧ୍ୟରେ ଉଭୟ ବାଳକ ଓ ବାଳିକା କ୍ରିକେଟ୍ ପ୍ରତିଭାଙ୍କୁ ଚିହ୍ନଟ କରିବ। ଏହାପରେ କାଉଣ୍ଟି କ୍ଲବ୍‌ର କୋଚ୍ ଓ ମାଷ୍ଟର୍‌ ବ୍ଲାଷ୍ଟର୍‌ ମିଳିତ ଭାବେ ଚିହ୍ନଟ ହୋଇଥିବା କ୍ରିକେଟ୍ ପ୍ରତିଭାଙ୍କୁ  ଆବଶ୍ୟକ ପ୍ରଶିକ୍ଷଣ ଦେବେ।

ଏହି ଏକାଡେମୀର ପ୍ରଥମ କ୍ୟାମ୍ପ୍‌ ସୋମବାର ନର୍ଥଉଡ୍‌ର ମର୍ଚ୍ଚାଣ୍ଟ୍‌ ଟେଲର୍ସ ସ୍କୁଲ୍‌ରେ ଆରମ୍ଭ ହୋଇଛି। ଆଗକୁ ଲଣ୍ଡନ୍ ଏବଂ ମୁମ୍ବାଇରେ ମଧ୍ୟ ଏକାଡେମୀ ପକ୍ଷରୁ କ୍ୟାମ୍ପ୍‌ର ଆୟୋଜନ କରାଯିବ । ତେବେ କେବଳ ଭାରତ କି ଇଂଲଣ୍ଡ୍‌ ଭଳି ଅନ୍ତର୍ଜାତୀୟସ୍ତରରେ କ୍ରିକେଟ୍ ଖେଳୁଥିବା ଦେଶ ନୁହେଁ, ବରଂ ବିଶ୍ୱର ବିଭିନ୍ନ ଦେଶରେ ସଚିନ୍‌ଙ୍କ ଏକାଡେମୀ ଆଗକୁ ଏହି କ୍ରିକେଟର୍‌ ଗଢ଼ିବା କାର୍ଯ୍ୟ ଜାରି ରଖିବ ।
କ୍ରିକେଟ୍ ଏକାଡେମୀ ନେଇ ମିଡିଲ୍‌ସେକ୍ସ ସହ ହୋଇଥିବା ଚୁକ୍ତି ସମ୍ପର୍କରେ ପ୍ରତିକ୍ରିୟା ରଖି ଉଭୟ ଟେଷ୍ଟ୍‌ ଓ ଦିନିକିଆରେ ସର୍ବାଧିକ ରନ୍ ସ୍କୋରର୍ ସଚିନ୍ କହିଛନ୍ତି, ଏକାଡେମୀର ଖେଳାଳିଙ୍କୁ ସମୟୋପଯୋଗୀ କ୍ରିକେଟ୍ ଜ୍ଞାନ ଓ ପ୍ରଶି‍କ୍ଷଣ ଦିଆଯିବ। ତେବେ ଏହି ଏକାଡେମୀର ମୁଖ୍ୟ ଲକ୍ଷ୍ୟ ହେଉଛି, ଭଲ କ୍ରିକେଟର୍ ସହ ଭବିଷ୍ୟତ ପାଇଁ ବିଶ୍ୱସ୍ତରୀୟ ନାଗରିକ ଗଢ଼ି ତୋଳିବା।



from OdishaReporter https://ift.tt/2vJ63ir

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages