
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କାର୍ଯ୍ୟରତ ସବୁବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିବ। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ବର୍ଷ ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଉଛନ୍ତି।
ଏହି ପ୍ରସ୍ତାବିତ ଯୋଜନା ଅନୁସାରେ ଅଣକୁଣଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ୪୦% ବଢ଼ି ୨୮୦ ଟଙ୍କା ହେବ।
ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୨୨୦ ଟଙ୍କାରୁ ୩୭୦ ଟଙ୍କାକୁ ବଢ଼ାଯିବ। ଅତିକୁଶଳୀ ଶ୍ରମିକଙ୍କ ମଜୁରି ୬୩% ବୃଦ୍ଧି କରାଯିବ। ସେମାନେ ଦୈନିକ ୪୩୦ ଟଙ୍କା ମଜୁରି ପାଇବେ।
ଏହି ବର୍ଦ୍ଧିତ ମଜୁରି ଲାଗୁ କରିବା ପୂର୍ବରୁ ସର୍ବସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରିଛି ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ।
ଏହା ଲାଗୁ ହେଲେ ରାଜ୍ୟର ପ୍ରାୟ ଦୁଇ କୋଟି ଶ୍ରମିକ ଉପକୃତ ହେବେ।
ପୂର୍ବରୁ ୨୦୧୫ ମସିହାରେ ଶେଷ ଥର ପାଇଁ ମଜୁରି ବଢ଼ିଥିଲା।
from OdishaReporter https://ift.tt/2nfDRzK
No comments:
Post a Comment