ନିଜ ମୃତ୍ୟୁ ଖବରକୁ ନେଇ ପପୁ କ’ଣ କହିଲେ ଭିଡିଓରେ ଦେଖନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ନିଜ ମୃତ୍ୟୁ ଖବରକୁ ନେଇ ପପୁ କ’ଣ କହିଲେ ଭିଡିଓରେ ଦେଖନ୍ତୁ

papuk

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ପପୁ ପମ୍ ପମ୍। ଏବେ ଫେସ୍‌ବୁକ୍‌ରେ ବାରମ୍ବାର ଖବର ଆସୁଛି ଯେ ମୁଁ ମରିଯାଇଛି। କାହିଁକି ବାରମ୍ବାର ମାରିକି ମୋ ଆୟୁଷ ବଢ଼ାଉଛନ୍ତି? ଯେଉଁମାନେ ବାହାର କରୁଛନ୍ତି ସେମାନଙ୍କୁ ବି ଧନ୍ୟବାଦ୍‌। ମୋ ମରିବା ଖବର ଯେତେ ବାହାରିବ ମୋ ଆୟୁଷ ସେତେ ବଢ଼ିବ।’

କମେଡି କିଙ୍ଗ୍ ତତ୍ୱପ୍ରକାଶ ଶତପଥୀ ଓରଫ୍ ପପୁ ପମ୍ ପମ୍ ଆଜି ସୋଶାଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ୍ କରି ଏମିତି କହିଛନ୍ତି।

ପପୁଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଆଜି ସକାଳେ ସୋଶାଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଏହା ପରେ ସେ ଏଭଳି ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍ କରି ତାଙ୍କ ମୃତ୍ୟୁ ସମ୍ବଳିତ ଖବରରେ ବିଶ୍ୱାସ ନକରିବାକୁ  ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି,“ସତ କଥା ହେଉଛି ଦିଲ୍ଲୀ ଯାଇଥିଲି। ଏମ୍‌ସରେ ଚିକିତ୍ସିତ ହେଉଥିଲି। ସବୁ ଡାକ୍ତରଖାନାରେ ଗୋଟିଏ ନିୟମ ଅଛି। ମାସେ ପରେ ଚେକ୍ ଅପ୍ କରି ଯିବାକୁ ପଡ଼େ। ଚେକ୍ ଅପ୍ ପାଇଁ ଯିବା ପୂର୍ବରୁ କ’ଣ ସମସ୍ତଙ୍କୁ କହିକି ଯାଇଥାଆନ୍ତି? ଆଜି ଛିଙ୍କିଲି, କେଉଁଠି ଇଞ୍ଜେକ୍ସନ୍ ନେଲି, ସେ ସବୁ କ’ଣ କହିବାକୁ ପଡ଼ିବ? ଏସବୁ ନେଇ ସବୁବେଳେ ମିଡିଆକୁ ଜଣାଇବାକୁ ପଡ଼ିବ ନା ସୋଶାଲ୍ ମିଡିଆରେ ଦେଖାଇବାକୁ ହେବ?’

ପପୁ କହିଛନ୍ତି,“ମୁଁ ମରିଯାଇଛି ବୋଲି ବେକାର ନ୍ୟୁଜ୍ ବାହାରୁଛି। ବେକାର ନ୍ୟୁଜ୍‌କୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ଏମାନେ ଯେଉଁ ବାଟ କରୁଛନ୍ତି ମୁଁ ଆହୁରି ଅଧିକ ଦିନ ବଞ୍ଚିବି। ମୁଁ ଆପଣଙ୍କ ସହିତ ଥିଲି, ରହିଛି ଓ ରହିବି।”

ଦେଖନ୍ତୁ ଭିଡିଓରେ ପପୁ କ’ଣ କହୁଛନ୍ତି-

ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍ସରେ ରୁଟିନ୍ ଚେକ୍‌ଅପ୍‌ କରାଇବା ପରେ ଭୁବନେଶ୍ୱର ଫେରି ଆସିଛନ୍ତି ପପୁ।

ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଦିଲ୍ଲୀରୁ ଫେରିଥିଲେ। ଦୁଇ ଦିନ ତଳେ ସେ ଚେକ୍‌ ଅପ୍ ପାଇଁ ଦିଲ୍ଲୀ ଯାଇଥିଲେ। ଅବଶ୍ୟ ସେଦିନ ବି ଖବର ଆସିଥିଲା ଯେ ସେ ପୁଣି ଗୁରୁତର ହୋଇପଡ଼ିଛନ୍ତି।



from Odisha Reporter https://ift.tt/2LFKHZ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages