ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନୀତ ହେଲେ ଭର୍ତ୍ତୃହରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନୀତ ହେଲେ ଭର୍ତ୍ତୃହରି

ନୂଆଦିଲ୍ଲୀ:  ୨୦୧୭ ମସିହାରେ ଦେଶର ଶ୍ରେଷ୍ଠ ସାଂସଦ ଭାବେ ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହତାବ ଆଜି ସମ୍ମାନିତ ହୋଇଛନ୍ତି।

ଆଜି ସନ୍ଧ୍ୟାରେ ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୩ରୁ ୨୦୧୭ ମସିହା ପର୍ଯ୍ୟନ୍ତ ୪ବର୍ଷର ଶ୍ରେଷ୍ଠ ସାଂସଦମାନଙ୍କୁ ସମ୍ମାନିତ କରିଛନ୍ତି।

୨୦୧୩ ମସିହା ପାଇଁ ନଜମା ହେପତୁଲ୍ଲା, ୨୦୧୪ ମସିହା ପାଇଁ ହୁକୁମ ଦେବ ନାରାୟଣ ଯାଦବ, ୨୦୧୫ ପାଇଁ ଗୁଲାମ ନବୀ ଆଜାଦ ଓ ୨୦୧୬ ପାଇଁ  ଦୀନେଶ ତ୍ରିବେଦୀଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ରାଷ୍ଟ୍ରପତି ଆଜି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି।

ଏହି ଅବସରରେ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଚସ୍ପତି ସୁମିତ୍ରା ମହାଜନଙ୍କ ସମେତ ବିଭିନ୍ନ ଦଳର ସାଂସଦମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ନେତାମାନଙ୍କୁ ଶ୍ରେଷ୍ଠ ସାଂସଦ ଭାବେ ଚୟନ କରିଥିଲେ।



from OdishaReporter https://ift.tt/2n2yR1g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages