କଟକରେ ବୈଜୟନ୍ତଙ୍କ ଚା’ ଖଟି: ଆଗକୁ କ’ଣ କରିବେ ବୋଲି ପଚାରିବାରୁ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

କଟକରେ ବୈଜୟନ୍ତଙ୍କ ଚା’ ଖଟି: ଆଗକୁ କ’ଣ କରିବେ ବୋଲି ପଚାରିବାରୁ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ)  ଭୁବନେଶ୍ୱର ପରେ କଟକ। ଗତ ଜୁଲାଇ ମାସରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭୁବନେଶ୍ୱରରେ ମାଉସୀ ମା’ ମନ୍ଦିର ଛକରେ ନିଜ ସମର୍ଥକଙ୍କ ସହ ‘ହେଇଯାଉ’ ନାଁରେ ଏକ ନିଆରା ଚା’ ଖଟି ଆୟୋଜନ କରି ଚର୍ଚ୍ଚାକୁ ଆସିଥିବା ବେଳେ ଆଜି କଟକରେ ସମାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଆଜି କଟକରେ ସହିଦ ଭବନ ନିକଟ ସିଏମ୍‌ସି ରୋଡ଼ ଚୌଧୁରୀ ବଜାର ‘ମଙ୍ଗୁଳି ଟି’ ଷ୍ଟଲ୍‌’ରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବିଭିନ୍ନ  ବର୍ଗର ଲୋକେ ସାମିଲ ହୋଇ ଚା’ ଖଟିର ମଜା ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକେ ବୈଜୟନ୍ତଙ୍କ ସହ ମତ ବିନିମୟ କରିଥିଲେ। ତେବେ ତାଙ୍କ ଆଗାମୀ କାର୍ଯ୍ୟକ୍ରମ କ’ଣ ରହିବ ସେନେଇ ସବୁ ରାଜନୈତିକ ଦଳର ଫୋକସରେ ଥିବାବେଳେ, ଏନେଇ କିନ୍ତୁ କାର୍ଡ଼ ଖୋଲି ନାହାନ୍ତି ବୈଜୟନ୍ତ।

ଏହି ଅବସରରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ଦେଇ ବୈଜୟନ୍ତ କହିଛନ୍ତି ଯେ, କେବଳ ରାଜନୈତିକ ନୁହଁ କଟକର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। କଟକ ଏକ ଐତିହାସିକ ସ୍ଥାନ। ଏହାର ଜାଗା କେହି ନେଇପାରିବେ ନାହିଁ। କଟକର ରାଜନୈତିକ ପ୍ରଭାବ ସାରା ଓଡ଼ିଶାରେ ପଡ଼େ।

କଟକରେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ପ୍ରଶ୍ନ ଉଠିବାରୁ ବୈଜୟନ୍ତ କହିଥିଲେ ଯେ, କେଉଁ ପରିସ୍ଥିତିରେ ମୁଁ ଦଳ ଓ ସାଂସଦ ପଦ ଛାଡ଼ିଛି ତାହା ସମସ୍ତେ ଜାଣିଛନ୍ତି। ସ୍ୱାଭିମାନକୁ ଆଖିରେ ରଖି ମୁଁ ଦଳ ଓ ସାଂସଦ ପଦ ଛାଡ଼ିଛି। ଏବେ ମୁଁ ଲୋକଙ୍କ ସହ ଆଲୋଚନା କରୁଛି,  ମତ ନେଉଛି। ଏହା ମଧ୍ୟ ଗୋଟିଏ ମାଧ୍ୟମ। ରାଜନୈତିକ କାର୍ଯ୍ୟପନ୍ଥା ନେଇ ଏଯାଏ କିଛି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି। ଖୁବଶୀଘ୍ର ମୁଁ ନିଷ୍ପତି ନେଲେ ଜଣାଇଦେବି ବୋଲି କହିଛନ୍ତି।  ସେହିପରି ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ବୈଜୟନ୍ତ କହିଛନ୍ତି।



from OdishaReporter https://ift.tt/2KibLgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages