
ଜାକର୍ତ୍ତା: ଏସିଆନ୍ ଗେମ୍ସରେ ଭାରତକୁ ୧୧ତମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ସ୍ୱପ୍ନା ବର୍ମନ୍। ହେପ୍ଟାଥଲନ୍ରେ ସେ ୬୦୨୬ ପଏଣ୍ଟ ସ୍କୋର୍ କରି ଏହି ସଫଳତା ହାସଲ କରିଛନ୍ତି।
ତେବେ ଚୀନ୍ର ୱାଙ୍ଗ କ୍ୱିନଗ୍ଲିନ୍ଙ୍କ ପାଖରୁ ତାଙ୍କୁ କଡ଼ା ଟକ୍କର ମିଳିଥିଲା। ମଙ୍ଗଳବାର ଶେଷ ହୋଇଥିବା ଜାଭେଲିନ୍ ଥ୍ରୋ ଇଭେଣ୍ଟ ପରେ ସ୍ୱପ୍ନା ୱାଙ୍ଗଙ୍କଠାରୁ ଅଳ୍ପ କିଛି ପଏଣ୍ଟ ଆଗରେ ଥିଲେ। ୬ଟି ଇଭେଣ୍ଟ ପରେ ସ୍ୱପ୍ନ ୫୨୧୮ ପଏଣ୍ଟ ପାଇଥିବା ବେଳେ ୱାଙ୍ଗ ୫୧୫୫ ପଏଣ୍ଟ ପାଇ ମାତ୍ର ୩୬ ପଏଣ୍ଟ ପଛରେ ଥିଲେ। ତେବେ ୮୦୦ ମିଟର୍ ରେସ୍ରେ ସ୍ୱପ୍ନା ୱାଙ୍ଗଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଉପରେ ତାଙ୍କ ଅଧିକାର ଜମାଇଥିଲେ। ୱାଙ୍ଗଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏହି ଇଭେଣ୍ଟରେ ଜାପାନର ୟୁକି ୟାମାସାକିଙ୍କୁ ବ୍ରୋଞ୍ଜ ପଦକ ମିଳିଛି।
from Odisha Reporter https://ift.tt/2MYji9I
No comments:
Post a Comment