
ଜାକର୍ତା: ଏସିଆନ୍ ଗେମ୍ସର ୧୦ ମିଟର ଏୟାର ରାଇଫଲ ପିସ୍ତଲରେ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୬ ବର୍ଷୀୟ ସୌରଭ ଫାଇନାଲ୍ରେ ୨୪୦.୭ ସ୍କୋର ହାସଲ କରି ଶୀର୍ଷ ରହିଛନ୍ତି। ଏଥିସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି।
ସେହିଭଳି ଏହି ବର୍ଗରେ ହରିୟାଣାର ଅଭିଷେକ ବର୍ମା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୯ ବର୍ଷୀୟ ଅଭିଷେକ ୨୧୯.୩ ସ୍କୋର କରିଥିଲେ।
ଏହି ବର୍ଗରେ ଜାପାନ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛି।
ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ସହ ମୋଟ ୭ଟି ପଦକ ଜିତିଛି।
from Odisha Reporter https://ift.tt/2LdgrV7
No comments:
Post a Comment