
ଜମ୍ମୁ: ପୁଣି ଥରେ ସୀମାରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ଚେଷ୍ଟା କରିଛି। ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ପଟରୁ ଉତ୍ତର କଶ୍ମୀରର ବାନ୍ଦୀପୋରାର ଗୁରେଜ୍ ସେକ୍ଟର୍ରେ ପ୍ରବଳ ଗୁଳିମାଡ଼ ସହ ମୋର୍ଟାର ମାଡ଼ କରାଯାଉଛି।
୨୦୦୩ ବୁଝାମଣା ପରେ ଏହି ଅଞ୍ଚଳରେ ପ୍ରଥମ ଥର ପାକିସ୍ତାନ ମୋର୍ଟାର୍ ମାଡ଼ କରିଛି।
ଭାରତୀୟ ଯବାନମାନେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଉଛନ୍ତି।
ମିଳିଥିବା ସୂଚନା ମୁତାବକ, ଆତଙ୍କୁବାଦୀଙ୍କୁ ସୀମା ପାର୍ କରାଇବାକୁ ପାକିସ୍ତାନ ଏପରି କରୁଥିବା ସେନା ପକ୍ଷରୁ କୁହାଯାଇଛି।
from OdishaReporter https://ift.tt/2OQXYkC
No comments:
Post a Comment