ଏହି ମନ୍ଦିରରେ ଫୁଲ ବଦଳରେ ଠାକୁରଙ୍କୁ ଜୋତା ଅର୍ପଣ କରାଯାଏ , ମୁସଲମାନ ପୂଜକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଏହି ମନ୍ଦିରରେ ଫୁଲ ବଦଳରେ ଠାକୁରଙ୍କୁ ଜୋତା ଅର୍ପଣ କରାଯାଏ , ମୁସଲମାନ ପୂଜକ

ହିନ୍ଦୁ ପରମ୍ପରା ଅନୁଯାୟୀ ମନ୍ଦିରରେ ଭକ୍ତମାନେ ଭଗବାନ ଏବଂ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଫୁଲ ଏବଂ ଫଳ ଭୋଗ ଲଗାଇଥାଆନ୍ତି। କିନ୍ତୁ ଆପଣ କେବେ ଏପରି ମନ୍ଦିର ଦେଖିଛନ୍ତି, ଯେଉଁଠି ଠାକୁରଙ୍କୁ ଫୁଲ ବଦଳରେ ଜୋତା ଅର୍ପଣ କରାଯାଇଥାଏ। କର୍ଣ୍ଣାଟକର ଗୋଲା ଗାଁର ଲକମ୍ମା ଦେବୀଙ୍କ ମନ୍ଦିରରେ  ଏମିତି ନିଆରା ପରମ୍ପରା ଚଳି ଆସୁଛି। ଆହୁରି ଏକ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମନ୍ଦିରର ପୂଜକ ହେଉଛନ୍ତି ମୁସଲମାନ। କେବଳ ଏତିକି ନୁହେଁ, ଏହି ମନ୍ଦିର ବିଷୟରେ ଅନେକ ଅଜଣା କଥା ରହିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

କାହିଁକି ଭଗବାନଙ୍କୁ ଦିଆଯାଏ ଜୋତା?
ଦୀପାବଳି ପରେ ଯେଉଁ ପଞ୍ଚମୀ ପଡ଼ିଥାଏ, ସେହିଦିନ ମନ୍ଦିରରେ ମେଳା ହୋଇଥାଏ। ମେଳାକୁ ଆସୁଥିବା ଭକ୍ତମାନେ ଦେବୀଙ୍କ ପାଖରେ ମାନସିକ ରଖନ୍ତି। ତେଣୁ ଭକ୍ତମାନେ ମନ୍ଦିରରେ ଥିବା ଏକ ଗଛରେ କପଡ଼ା ବଦଳରେ ଜୋତା ବାନ୍ଧିଥାଆନ୍ତି।

ଆଉ ଯେଉଁମାନଙ୍କର ମାନସିକ ପୂରଣ ହୋଇଥାଏ, ସେମାନେ ଦେବୀଙ୍କୁ ଜୋତା ବା ଚପଲର ମାଳ ଅର୍ପଣ କରିଥାଆନ୍ତି।

ବିଶ୍ୱାସ ରହିଛି ଯେ, ମେଳା ଦିନ ରାତିରେ ଦେବୀ ଗଛରେ ବନ୍ଧା ହୋଇଥିବା ଜୋତାକୁ ପିନ୍ଧି ଯାଇଥାଆନ୍ତି ଏବଂ ଭକ୍ତମାନଙ୍କ ମାନସିକ ପୂରଣ କରିଥାଆନ୍ତି।
ମନ୍ଦିରର ଇତିହାସ

ସେଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଲକମ୍ମା ଦେବୀଙ୍କ ମନ୍ଦିର ଅତି ପ୍ରାଚୀନ।

କୀମ୍ବଦନ୍ତି ଅନୁଯାୟୀ, ଥରେ ଦେବୀ ଏଠାକୁ ବୁଲିବାକୁ ଆସିଥିଲେ। ଯେବେ ମାଆ ପାହାଡ଼ରେ ବୁଲୁଥିଲେ, ସେହି ସମୟରେ ଦୁତ୍ତରା ଗାଁର ଦେବତାଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା । ଆଉ ସେ ଦେବୀଙ୍କ ପିଛା କରିବା ଆରମ୍ଭ କରିଥିଲେ।

ତାଙ୍କଠାରୁ ରକ୍ଷା ପାଇବା ପାଇଁ ଦେବୀ ତାଙ୍କ ମୁଣ୍ଡକୁ ଭୂମିରେ ପୋତି ଦେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଦେବୀଙ୍କ ମୂର୍ତ୍ତି ସେହିପରି ରହିଛି। ଏହି ମନ୍ଦିରରେ ଦେବୀଙ୍କ ପଛଭାଗ ଅର୍ଥାତ ପିଠିକୁ ପୂଜା କରାଯାଇଥାଏ।
ନକାରାତ୍ମକ ଶକ୍ତିରୁ ରକ୍ଷା ମିଳିଥାଏ

ଖାଲି ଜୋତା ନୁହଁ ଭକ୍ତମାନେ ଦେବୀଙ୍କୁ ଆମିଷ ଓ ନିରାମିଷ ଭୋଗ ଚଢ଼ାଇଥାଆନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜୋତା ଅର୍ପଣ କଲେ, ଦେବୀ ତାଙ୍କୁ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଆନ୍ତି।

ଆହୁରି ମଧ୍ୟ ବିଶ୍ୱାସ ରହିଛି, ଏହା ଦ୍ୱାରା ପାଦ ଏବଂ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।

ବଳଦଙ୍କୁ ବଳି ଦିଆଯାଇଥାଏ

ଏହି ମନ୍ଦିରରେ ବଳଦଙ୍କୁ ବଳିଦେବାର ପରମ୍ପରା ଥିଲା। କିନ୍ତୁ ସରକାର ଏହାକୁ ବେଆଇନ୍‌ ଘୋଷଣା କରି ବଳି ପ୍ରଥାକୁ ସବୁଦିନ ପାଇଁ ବନ୍ଦ କରି ଦେଇଛନ୍ତି।
ଆଖପାଖ ଲୋକଙ୍କ କୁହିବା ଅନୁଯାୟୀ, ବଳି ନ ପାଇବା ଯୋଗୁ ଦେବୀ କ୍ରୋଧିତ ହୋଇ ଯାଇଥିଲେ ଏବଂ ଜଣେ ଋଷି ତପସ୍ୟା କରି ଦେବୀଙ୍କୁ ଶାନ୍ତ କରିଥିଲେ। ସେବେଠାରୁ ବଳି ବଦଳରେ ଦେବୀଙ୍କୁ ଚପଲ ଚଢ଼ାଇବାର ପରମ୍ପରା ଆରମ୍ଭ ହୋଇଥିଲା।

ମୁସଲମାନ କରନ୍ତି ପୂଜା
ଏହି ମନ୍ଦିରରେ ମୁସଲାମାନ ନିଜ ସ୍ୱଇଚ୍ଛାରେ ପୂଜକ ହୋଇଥାଆନ୍ତି। ଏହା ପଛରେ କୌଣସି ଯୁକ୍ତି ଏବଂ କାହାଣୀ ନାହିଁ। ସେମାନେ ବର୍ଷ ବର୍ଷ ଧରି ଏହି ପରମ୍ପରାର ପାଳନ କରି ଆସୁଛନ୍ତି। ଏଠାରେ ହିନ୍ଦୁ ଏବଂ ମୁସଲମାନ ଉଭୟେ ଭକ୍ତ ପୂଜାର୍ଚ୍ଚନା କରିଥାଆନ୍ତି।



from OdishaReporter https://ift.tt/2OMI22x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages