
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବତା ପୂଜା ପାଆନ୍ତି ନାନା ରୂପରେ, ନାନା ନାମରେ। ହେଲେ ଯଦି ମଣିଷଟିଏ ପୂଜା ପାଏ, ତା ହେଲେ ଆପଣ କ’ଣ କହିବେ? ସେ ମଣିଷଟି ତା କର୍ମ ବଳରେ ନିଜକୁ ସେମାନଙ୍କ ହୃଦୟରେ ବସାଇ ପାରିଛି ବୋଲି ଆପଣ କହିବେ।
ସେମିତି ଜଣେ ଦେବତୁଲ୍ୟ ମଣିଷ ଥିଲେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ। ଯିଏ ମୃତ୍ୟୁ ର୍ପୂବରୁ ଅନେକ ଲୋକଙ୍କ ପାଇଁ ଦେବତା ପଦବାଚ୍ୟ ହୋଇପାରିଥିଲେ। ସମାଜ ପ୍ରତି ତାଙ୍କ ଅଙ୍ଗୀକାରବଦ୍ଧତା ଓ ଗଭୀର ଦେଶପ୍ରେମ ଲାଗି ଲୋକେ ତାଙ୍କୁ ପୂଜା କରୁଥିଲେ।
ଶୁଣି ଆଶ୍ଚର୍ଯ୍ୟ ହେବେ, ମୃତ୍ୟୁ ପୂର୍ବରୁ ତାଙ୍କୁ ପୂଜା କରିବା ପାଇଁ ମନ୍ଦିରଟିଏ ତୋଳା ହୋଇଥିଲା। ଯେଉଁଠି ତାଙ୍କର ଫଟୋ ରଖି ଏବେ ପୂଜା କରୁଛନ୍ତି ଲୋକେ।
୨ ଦିନ ତଳେ ଇହଲୀଳା ସମ୍ବରଣ କରିଛନ୍ତି ଅଟଳ ଜୀ। ଆଉ ତାଙ୍କ ମୃତ୍ୟୁ ପରେ ଦେଶରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ହେଲେ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ‘ଅଟଳ ମନ୍ଦିର’ରେ ସେ ଆଜି ବି ପୂଜା ପାଉଛନ୍ତି। ସକାଳେ ଓ ସଞ୍ଜରେ ତାଙ୍କ ଫଟୋ ପାଖେ ଆଳତୀ କରୁଛନ୍ତି ଲୋକେ । ନାମ ସଙ୍କୀର୍ତ୍ତନ ବି ହେଉଛି ପ୍ରତିଦିନ।
ପଞ୍ଚଭୂତରେ ବିଲୀନ ହେବା ପରେ, ଆଗ ଅପେକ୍ଷା ଏବେ ଅଟଳ ମନ୍ଦିରରେ ଲାଗୁଛି ଅଧିକ ଭିଡ଼।
ଏତେକଥା ପଢିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସେଇ ମନ୍ଦିରକୁ ନେଇ। କହିରଖୁଛୁ ଯେ, ସେଇ ମନ୍ଦିରଟି ଗ୍ୱାଲିୟରସ୍ଥିତ ବାଜପେୟୀଙ୍କ ପୈତୃକ ଗ୍ରାମରେ ହିଁ ରହିଛି। ଏହିଠାରେ ଭୂମିଷ୍ଠ ହୋଇଥିଲେ ବାଜପେୟୀ ଜୀ। ପିଲାଦିନ କଟିଥିଲା ଏଇଠି। ଏଣୁ ଏଠାକାର ଲୋକ ଓ ଲୋକ ଚଳଣି ସହ ତାଙ୍କର ଥିଲା ନିବିଡ଼ ସମ୍ପର୍କ। ତାଙ୍କୁ ଚିରକାଳମନେ ରଖିବା ପାଇଁ ଏଠାକାର ଲୋକେ ସତ୍ୟନାରାୟଣ ଟେକରି ଅଞ୍ଚଳରେ ଅଟଳ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଆଉ ପୂଜା କରୁଛନ୍ତି ସେଇ ଅନନ୍ୟ ମହାନାୟକଙ୍କୁ
from Odisha Reporter https://ift.tt/2L5DdhU
No comments:
Post a Comment