
(ଓଡ଼ିଶା ରିପୋର୍ଟର୍): ଟ୍ରେଣ୍ଟ୍ବ୍ରିଜ୍ର ନଟିଂହାମ୍ରେ ଚାଲିଥିବା ଘରୋଇ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସ୍ରେ ୩୨୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଜବାବ୍ରେ ଇଂଲଣ୍ଡ ଶେଷ ଖବର ସୁଦ୍ଧା ବିନା କୌଣସି କ୍ଷତିରେ ୨୫ ରନ୍ କରିଛି। ନିର୍ଭରଯୋଗ୍ୟ କୁକ୍ ୧୧ ଓ ଅନ୍ୟତମ ଓପନର୍ ଜେନିଙ୍ଗ୍ସ୍ ୧୦ ରନ୍ କରି କ୍ରିଜ୍ରେ ଅଛନ୍ତି।
ପୂର୍ବଦିନର ସ୍କୋର୍ ୬ ୱିକେଟ୍ରେ ୩୦୭ ରନ୍ରୁ ଖେଳ ଆରମ୍ଭ କରି ମାତ୍ର ୧୬ ରନ୍ ଯୋଡ଼ିବା ପରେ ରବିବାର ଭାରତର ପ୍ରଥମ ୱିକେଟ୍ର ପତନ ହୋଇଥିଲା। ଦଳୀୟ ସ୍କୋର୍ ୩୨୩ ରନ୍ରେ ଟେଷ୍ଟ୍ରେ ପଦାର୍ପଣକାରୀ ୱିକେଟ୍ କିପର୍ ବ୍ୟାଟସମ୍ୟାନ୍ ରିଷବ୍ ପନ୍ତ ଗତକାଲିର ବ୍ୟକ୍ତିଗତ ରନ୍ରେ ଆଉ ୨ ରନ୍ ଯୋଡ଼ି ୨୪ ରନ୍ରେ ପ୍ୟାଭିଲିୟନ୍ ଫେରିଥିଲେ। ପରେ ଟିମ୍ ଇଣ୍ଡିଆର ୱିକେଟ୍ ପତନ ଧାରା ଜାରି ରହିଥିଲା। ପନ୍ତଙ୍କୁ ବୋଲ୍ଡ୍ କରିଥିବା ଫାଷ୍ଟ୍ ବୋଲର୍ ଷ୍ଟୁୱାର୍ଟ ବ୍ରଡ୍ ସମାନ ଢଙ୍ଗରେ ରବିଚନ୍ଦ୍ରନ୍ ଅଶ୍ୱିନ୍(୧୪)ଙ୍କ ୱିକେଟ୍ ଅକ୍ତିଆର କରିଥିଲେ। ପରେ ଆଣ୍ଡର୍ସନ୍ ମହମ୍ମଦ ସାମି (୩) ଓ ଯଶ୍ପ୍ରୀତ୍ ବୁମ୍ରା(୦)ଙ୍କ ୱିକେଟ୍ ନେଇ ଭାରତୀୟ ଇନିଂସର ପରିସମାପ୍ତି ଘଟାଇଥିଲେ।
ଇଂଲଣ୍ଡ ପକ୍ଷରୁ ପ୍ରଥମ ଇନିଂସ୍ରେ ୱକ୍ସ୍, ବ୍ରଡ୍ ଓ ଆଣ୍ଡରସନ୍ ପ୍ରତ୍ୟେକ ୩ଟି ଲେଖାଏ ଏବଂ ରସିଦ୍ ଗୋଟିଏ ୱିକେଟ୍ ପାଇଥିଲେ।
୫ଟିକିଆ ସିରିଜ୍ର ପ୍ରଥମ ଦୁଇଟି ଟେଷ୍ଟ୍ ମ୍ୟାଚ୍ରେ ଦୟନୀୟ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଏବେ ୦-୨ରେ ପଛୁଆ ରହିଛି।
from Odisha Reporter https://ift.tt/2Bo7bOp
No comments:
Post a Comment