ଆଜିଠୁ ଦ୍ୱିତୀୟ ଟେଷ୍ଟ୍: ପ୍ରତିଶୋଧ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଆଜିଠୁ ଦ୍ୱିତୀୟ ଟେଷ୍ଟ୍: ପ୍ରତିଶୋଧ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ

virat1

ନୂଆଦିଲ୍ଲୀ: ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ ଖେଳାଯିବ। ଐତିହାସିକ ଲର୍ଡ୍‌ସ ଗ୍ରାଉଣ୍ଡ୍‌ରେ ଖେଳାଯିବ ଏହି ମ୍ୟାଚ୍‌। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି।

ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌କୁ ଜିତିବା ପରେ ଇଂଲଣ୍ଡର ମନୋବଳ ବେଶ୍ ଦୃଢ଼ ରହିଛି। ଏହି ମ୍ୟାଚ୍‌ ଜିତି ପ୍ରଥମ ଟେଷ୍ଟ୍‌ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡି‌ଆ।

ପ୍ରଥମ ଟେଷ୍ଟ୍‌ରେ ଭାରତୀୟ ବୋଲର୍‌ମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବିଫଳ ହୋଇଥିଲେ। ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ସଫଳ ନହେବାରୁ ଭାରତ ପରାସ୍ତ ହୋଇଥିଲା।

ଭାରତ ଏପର୍ଯ୍ୟନ୍ତ ଲର୍ଡସରେ ୧୭ଟି ଟେଷ୍ଟ୍‌ ଖେଳିଥିବା ବେଳେ କେବଳ ୨ଟିରେ ବିଜୟ ଲାଭ କରିଛି। ୪ଟି ଡ୍ର’ ରହିଛି ଏବଂ ୧୧ଟି ମ୍ୟାଚ୍‌ରେ ଭାରତ ପରାଜିତ ହୋଇଛି।

ବିଫଳ ହେବା ସତ୍ତ୍ୱେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ତେବେ ଏହା ବି ଜଣାପଡ଼ିଛି ଯେ, ପିଚ୍ ଶୁଖିଲା ଥିବାରୁ ଆଉ ଜଣେ ସ୍ପିନରକୁ ଖେଳାଇବା ପାଇଁ ଚିନ୍ତା କରୁଛି ଟିମ୍ ମ୍ୟାନେଜ୍‌ମେଣ୍ଟ୍‌। ଦଳରେ ଆଉ ଜଣେ ସ୍ପିନର୍‌ ସ୍ଥାନ ପାଇଲେ ଉମେଶ ଯାଦବ ବେଞ୍ଚ୍‌ରେ ବସିବା ନିଶ୍ଚିତ ବୋଲି କୁହାଯାଉଛି।

ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍ ଷ୍ଟୋକ୍ସ ଦଳରୁ ବାଦ୍ ପଡ଼ିଛନ୍ତି।

 



from OdishaReporter https://ift.tt/2Ma1I20

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages