
ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲ୍ୱାମା ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଗୁଲ୍ଜାର୍ ଅହମ୍ମଦ ଭଟ୍ଟ।
ଜଣେ ପୁଲିସ୍ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଗତକାଲି ରାତିରେ ପୁଲ୍ୱାମା ଜିଲ୍ଲା ମୁରାନ୍ ଅଞ୍ଚଳରେ ଆତଙ୍କବାଦୀମାନେ ଅହମ୍ମଦ ଭଟ୍ଟଙ୍କୁ ଘରୁ ଅପହରଣ କରି ନେଇଥିଲେ। ପରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ଗୁଳିବଦ୍ଧ ମୃତ ଶରୀର ଉଦ୍ଧାର କରାଯାଇଛି।”
ଏହି ହତ୍ୟା ପଛରେ ଆତଙ୍କବାଦୀ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ର ସ୍ଥାନୀୟ ଆତଙ୍କୀ ଜହୁର୍ ଠୋକ୍ରେର ହାତ ଥିବା ପୁଲିସ୍ ସନ୍ଦେହ କରୁଛି।
ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ ପୁଲ୍ୱାମା ଜିଲ୍ଲାର କଲାମ୍ପୁରା ଅଞ୍ଚଳରେ ଇଦ୍ ପାଇଁ ଛୁଟି ନେଇ ଘରକୁ ଯାଉଥିବାବେଳେ ସେନାର ଜଣେ ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇ ହତ୍ୟା କରଥିଲେ। ପରେ ସେହି ଯବାନଙ୍କ ଗୁଳିବଦ୍ଧ ମୃତଶରୀର ଉଦ୍ଧାର କରାଯାଇଥିଲା।
from OdishaReporter https://ift.tt/2w34OKX
No comments:
Post a Comment