ନବୀନ ନିବାସ ଘେରାଉ ବେଳେ ପୁଲିସ୍-ଛାତ୍ର କଂଗ୍ରେସ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ନବୀନ ନିବାସ ଘେରାଉ ବେଳେ ପୁଲିସ୍-ଛାତ୍ର କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ପୁଲିସ୍-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ଏହି ସମୟରେ କିଛି ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଡିଏମ୍‌ଇଟି ଓ ଡିଏମ୍‌ଆରଟି ଛାତ୍ରଙ୍କୁ ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବାକୁ ଚେତାବନୀ ଦିଆଯାଇଥିଲା।

ଏକାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ଅଟକ ରଖିଛି। ୭ଦିନ ମଧ୍ୟରେ ଦାବି ପୂରଣ କ୍ଷେତ୍ରରେ ଯଦି କୌଣସି ପଦକ୍ଷେପ ନିଆ ନଗଲେ, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହେବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ସେହିପରି ପରିମଳ ବ୍ୟବସ୍ଥା ଓ ଡ୍ରେନେଜ୍‌ ଭଳି ସମସ୍ୟା ଦୂର ନେଇ କଟକ ନଗର କଂଗ୍ରେସ ସିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ୍‌। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ ଦଳ ଆନ୍ଦୋଳନକୁ ଓହ୍ଲାଇଛି। ସିଏମ୍‌ସିରେ ପରିମଳ ବ୍ୟବସ୍ଥା ନିମନ୍ତେ କରାଯାଇଥିବା ଟେଣ୍ଡର୍‌ ପ୍ରକ୍ରିୟାକୁ ଅନ୍‌ଲାଇନ୍‌ ପରିବର୍ତ୍ତେ ଅଫ୍‌ଲାଇନ୍‌ କରି ବ୍ୟାପକ ଦୁର୍ନୀତି ହୋଇଥିବା ଦଳ ଅଭିଯୋଗ କରିଛି।



from OdishaReporter https://ift.tt/2w6bhVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages