
ଭୋପାଳ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ଉପ୍ରିତ୍ ନଦୀରେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣିନେଇଛି। ବୃଦ୍ଧ ଜଣକ ନଦୀ ପାର ହେଉଥିବା ବେଳେ କୁମ୍ଭୀରଟି ତାଙ୍କୁ ଟାଣିନେଇ ଖାଇଦେଛି। ତେବେ ଘଟଣା ଘଟିବାର ୧୮ ଘଣ୍ଟା ପରେ ସମ୍ପୃକ୍ତ ବୃଦ୍ଧଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି। କେବଳ ବୃଦ୍ଧ ଜଣକକୁ ଆଉ ଗୋଟିଏ କୁମ୍ଭୀର ଖାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଡୋଗରା ଅଞ୍ଚଳରେ ରହୁଥିବା ୬୫ ବର୍ଷୀୟ ନିମ୍ ଜୀ ଭିଲ ନାମକ ଜଣେ ବୃଦ୍ଧ ରାଜସ୍ଥାନର ଛାବଡ଼ା ସହରକୁ ଯାଇଥିଲେ। ବୃଦ୍ଧ ଜଣକ ଉପ୍ରିତ୍ ନଦୀ ପାରି ହେଉଥିଲେ। ତେବେ ଏହି ସମୟରେ ଏକ କୁମ୍ଭୀର ଆସି ତାଙ୍କୁ ଟାଣିନେଇଥିଲା। କୁହାଯାଉଛି ଛାବଡ଼ା ଯିବା ପାଇଁ ଗମନାଗମନର ସୁବିଧା ନାହିଁ। ତେଣୁ ଲୋକେ ଡଙ୍ଗା କିମ୍ବା ଅନ୍ୟାନ୍ୟ ଭେଳା ସାହାଯ୍ୟରେ ନଦୀ ପାରି ହୁଅନ୍ତି।
ତେବେ ବୃଦ୍ଧ ଜଣକ ପହଁରି ପହଁରି ନଦୀ ପାର ହେଉଥିବା ବେଳେ କୁମ୍ଭୀଟି ତାଙ୍କୁ ଟାଣିନେଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋଟିଏ କୁମ୍ଭୀର ଟାଣିନେବା ପରେ ବୃଦ୍ଧ ଜଣକୁ ଆଉ ଗୋଟିଏ କୁମ୍ଭୀର ମଧ୍ୟ ଖାଇଥିଲା। ଖବର ପାଇ ଦମକଳବାହିନୀ ଖୋଜାଖୋଜି କରିଥିଲା। ଆଉ ୧୮ ଘଣ୍ଟା ପରେ ବୃଦ୍ଧଙ୍କର ଶବ ଉଦ୍ଧାର କରାଯାଇଥିଲା।
from OdishaReporter https://ift.tt/2OO0ub1
No comments:
Post a Comment