
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୭ ତାରିଖରେ ହେବାକୁ ଥିବା ଅନ୍ଲାଇନ୍ CT/B.ED ପ୍ରବେଶିକା ପରୀକ୍ଷା ୧୬ ତାରିଖରେ ହେବ। ପ୍ରସ୍ତାବିତ ୨୪ ଘଣ୍ଟିଆ ରାଜ୍ୟବ୍ୟାପୀ ପରିବହନ ଧର୍ମଘଟ ପାଇଁ ଏହି ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଯେପରି ଅସୁବିଧାରେ ସମ୍ମୁଖୀନ ନହେବେ, ସେଥିପ୍ରତି ଧ୍ୟାନ ଦେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ/ଶିକ୍ଷା ଓ ଗବେଷଣା ପରିଷଦ ପକ୍ଷରୁ ଏହି ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରାଯାଇଛି।
ତେବେ ଅଗଷ୍ଟ ୮ରୁ ୧୪ ତାରିଖ ମଧ୍ୟରେ ହେବାକୁ ଥିବା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ସୂଚନାରୁ ପ୍ରକାଶ, ରାଜ୍ୟର ୧୫ଟି ଜିଲ୍ଲାର ୪୯ଟି ବୈଷୟିକ ଅନୁଷ୍ଠାନରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷା ଅନୁଷ୍ଠାନମାନଙ୍କରେ ନାମଲେଖା ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା।
from OdishaReporter https://ift.tt/2vGh1Fq
No comments:
Post a Comment