ଭାରତର ବିଜୟ ରାସ୍ତାରେ ବଟଲର୍‌ ଓ ଷ୍ଟୋକ୍ସ କଣ୍ଟା, ଟିମ୍‌ ଇଣ୍ଡିଆକୁ ଦରକାର ୬ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଭାରତର ବିଜୟ ରାସ୍ତାରେ ବଟଲର୍‌ ଓ ଷ୍ଟୋକ୍ସ କଣ୍ଟା, ଟିମ୍‌ ଇଣ୍ଡିଆକୁ ଦରକାର ୬ ୱିକେଟ୍‌

ଟ୍ରେଣ୍ଟ୍‌ବ୍ରିଜ୍‌: ୫୨୧ ରନ୍‌ ବିଶାଳ ଟାର୍ଗେଟ ଦେବା ପରେ ନଟିଂହାମ୍‌ରେ ବିଜୟ ଆଶା ନେଇ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ରାସ୍ତାରେ ଏବେ ଇଲିଂଶ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଓ ୱିକେଟ୍‌କିପର୍‌ ବ୍ୟାଟସ୍‌ମ୍ୟାନ୍‌  ଜୋସ୍‌ ବଟ୍‌ଲର୍‌ କଣ୍ଟା ହୋଇ ରହିଛନ୍ତି। ୬୨ ରନ୍‌ରେ ୪ଟି ୱିକେଟ୍‌ ହରାଇ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ବିପର୍ଯ୍ୟୟରେ ଛନ୍ଦି ହୋଇ ପଡ଼ିଥିବା ଘରୋଇ ଇଂଲଣ୍ଡର ସ୍ଥିତିକୁ ଏହି ଦୁଇ ଖେଳାଳି ସଜାଡ଼ିବା ସହ ଟିମ୍‌ ଇଣ୍ଡିଆର ବିଜୟ ଅପେକ୍ଷାକୁ ବିଳମ୍ବିତ କରିଚାଲିଛନ୍ତି। ବଟ୍‌ଲର୍‌ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରି ଟିମ୍‌ ଇଣ୍ଡିଆ ବୋଲର୍‌ଙ୍କୁ ନୟାନ୍ତ କରି ଚାଲିଛନ୍ତି। ଶେଷ ଖବର ସୁଦ୍ଧା, ଟିମ୍‌ ଇଂଲଣ୍ଡ ୪ ୱିକେଟ୍‌ ହରାଇ ୨୨୦ ରନ୍‌ କରିଛି। ଷ୍ଟୋକ୍ସ ୫୨ ଓ ବଟ୍‌ଲର୍‌ ୧୦୩ ରନ୍‌ରେ ଅପରାଜିତ ଅଛନ୍ତି। ବିଜୟ ପାଇଁ ଭାରତକୁ ଆଉ ୬ଟି ୱିକେଟ୍‌ ଆବଶ୍ୟକ ଥିବା ବେଳେ ସିରିଜ୍‌ କବ୍‌ଜା ପାଇଁ ଇଂଲଣ୍ଡକୁ ୩୦୧ ରନ୍‌ ଦରକାର।

୫ଶହରୁ ଅଧିକ ରନ୍‌ ଟାର୍ଗେଟ୍‌ର ପିଛା କରିବାକୁ ଯାଇ ଘରୋଇ ଦଳର ଦୁଇ ଓପନର୍‌ ଆଲିଷ୍ଟର କୁକ୍‌ ଓ କେ ଜେନିଙ୍ଗ୍‌ସ୍‌ ବେଶ ସତର୍କତାର ଇନିଂସ୍‌ ଆରମ୍ଭ କରିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କୁକ୍‌ ଓ ଜେନିଙ୍ଗସ୍‌ ଇଂଲଣ୍ଡ ପାଇଁ ବିନା କୌଣସି କ୍ଷତିରେ ୨୩ ରନ୍‌ ସଂଗ୍ରହ କରିଥିଲେ।

ତେବେ ୪ର୍ଥ ଦିନ ଆରମ୍ଭରୁ ଇଶାନ୍ତ ଶର୍ମା କ୍ରମାଗତ ଓଭରରେ ଦୁଇ ଓପନ୍‌ରଙ୍କୁ ଆଉଟ୍‌ କରି ଟିମ୍‌ ଇଣ୍ଡିଆକୁ ବିଜୟର ବାସ୍ନା ଦେଇଥିଲେ। ଏହାପରେ ବୁମ୍‌ରା ଅଧିନାୟକ ରୁଟ୍‌(୧୩)ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଜବରଦସ୍ତ ଝଟ୍‌କା ଦେଇଥିଲେ।  ଏହାର ପରବର୍ତ୍ତୀ ଓଭର୍‌ରେ ମହମ୍ମଦ ସାମି ନବାଗତ ଓଲି ପୋପ୍‌(୧୬)ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌ରେ ରଖିଥିଲେ। ତେବେ ୫ ୱିକେଟ୍‌ ପାଇଁ ଅବିଭାଜିତ ଶତକୀୟ  ଭାଗୀଦାରି କରି ଘରୋଇ ଦଳ ପାଇଁ ସଙ୍କଟ ମୋଚକ ସାଜିଥିଲେ ଷ୍ଟୋକ୍ସ ଓ ବଟଲର୍‌। ଉଭୟ ଭାରତୀୟ ବୋଲର୍‌ଙ୍କ କଡ଼ା ମୁକାବିଲା କରି  ନିଜ ନିଜର ବ୍ୟକ୍ତିଗତ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କ୍ରମାଗତ ଭାବେ ବୋଲିଂରେ ପରିବର୍ତ୍ତନ କରି ଚାଲିଥିଲେ ମଧ୍ୟ କେହି ବି ଷ୍ଟୋକ୍ସ ଓ ବଟଲର୍‌ଙ୍କ ଯୋଡ଼ିକୁ ଭାଙ୍ଗି ପାରି ନାହାନ୍ତି। ତୃତୀୟ ଟେଷ୍ଟ୍‌କୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ମ୍ୟାଚ୍‌ କାହା ସପକ୍ଷରେ ଯିବ, ତାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ଭାରତ ଇଂଲଣ୍ଡ ବିପକ୍ଷ ୫ ଟିକିଆ ସିରିଜ୍‌ରେ ୦-୨ରେ ପଛୁଆ ରହିଛି।



from Odisha Reporter https://ift.tt/2OS7Bys

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages