୧୧ ବର୍ଷର ଝିଅକୁ ମଦ୍ରାସାରେ ତାଲା ପକାଇ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

୧୧ ବର୍ଷର ଝିଅକୁ ମଦ୍ରାସାରେ ତାଲା ପକାଇ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଘୋଷି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୧୧ ବର୍ଷର ଶିଶୁକନ୍ୟାକୁ ୬ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ସେମାନଙ୍କ ମଧ୍ୟରୁ ଜଣେ ହେଉଛି ସ୍ଥାନୀୟ ମଦ୍ରାସାର ପରିଚାଳକ ।

ଯାହାକୁ ପୁଲିସ ଗିରଫ କରିଛି । ଅନ୍ୟମାନେ ଏହି ଘଟଣାରେ ଫେରାର ଅଛନ୍ତି। ଝିଅଟିକୁ ଏକ ଘରେ ତାଲା ପକାଇ ତା’ ସହ ଏପରି ଜଘନ୍ୟ କାମ କରିଥିଲେ ୬ ଜଣ ଯୁବକ। କେବଳ ସେତିକି ନୁହେଁ କାହାକୁ କହିଲେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ।

ଝିଅଟି ଯନ୍ତ୍ରଣାରେ ଛଟପଟ ହୋଇ ତା’ ମା’ଙ୍କୁ ସମସ୍ତ ଘଟଣା କହିବା ପରେ ଥାନାରେ ମାମଲା ରୁଜୁ ହୋଇଛି। ଝିଅଟି ସହ ଯୌନ ଉତ୍ପୀଡ଼ନର ଘୃଣ୍ୟ ଦୃଶ୍ୟକୁ ସେମାନେ ମୋବାଇଲ୍‌ରେ ରେକର୍ଡ଼ କରିଥିବା ଝିଅର ମା’ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ମଦ୍ରାସା ପରିଚାଳକକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି। ଝିଅଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଏହି ଘଟଣାରେ ତଦନ୍ତ ଚାଲିଥିବା ଏଏସ୍‌ପି ଶୈଳେନ୍ଦ୍ର ଶ୍ରୀବାସ୍ତବ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2LggbF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages