
ଲଣ୍ଡନ୍: ପ୍ରଥମ ଟେଷ୍ଟ୍ରେ ଇଂଲଣ୍ଡ ବୋଲର୍ଙ୍କ ନିଦ ହଜାଇ ଦେଇଥିବା ଟିମ୍ ଇଣ୍ଡିଆର ରନ୍ ମେସିନ୍ ତଥା ଅଧିନାୟକ ବିରାଟ୍ କୋହଲିଙ୍କୁ ନେଇ ଏବେ ଚିନ୍ତାରେ ପଡ଼ିଛି ଘରୋଇ ଟିମ୍ ଇଂଲଣ୍ଡ। ପ୍ରଥମ ଟେଷ୍ଟ୍ରେ ଏକାକୀ ବିରାଟ୍ ହିଁ ଟିମ୍ ଇଣ୍ଡିଆର ବ୍ୟାଟିଂ ମଙ୍ଗୁଆଳ ସାଜିଥିଲେ।
ବିରାଟ୍ କ୍ରିଜ୍ରେ ଥିବା ପର୍ଯ୍ୟନ୍ତ ଭାରତ ପଞ୍ଝାରେ ମ୍ୟାଚ୍ ଥିଲା। ଅର୍ଥାତ ବିରାଟ୍ଙ୍କୁ ଟିମ୍ ଇଂଲଣ୍ଡର ବୋଲରମାନେ ଆଉଟ୍ କରିବାକୁ ଢେର ଝାଳ ବୁହାଇଥିଲେ।
ଆସନ୍ତା ୯ ତାରିଖରୁ ଲର୍ଡସ୍ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ୍ରେ ବିରାଟ୍ଙ୍କୁ କେମିତି ସଅଳ ଆଉଟ୍ କରାଯିବ, ତାକୁ ନେଇ ଟିମ୍ ଇଂଲଣ୍ଡ ଏବେ ସ୍ୱତନ୍ତ୍ର ରଣନୀତି କରିଛି। ବିରାଟ୍ଙ୍କୁ ଆଉଟ୍ କରିବାକୁ ଇଂଲଣ୍ଡ ଟିମ୍ର କୋଚ୍ ଟ୍ରେଭର ବେଲିସ୍ ବୋଲର୍ମାନଙ୍କୁ କିଛି ଗୁପ୍ତ ଟିପ୍ସ ଦେଇଛନ୍ତି।
ବେଲିସ୍ଙ୍କ ମତରେ ଯଦି ବିରାଟ୍ ପ୍ରଥମ ଟେଷ୍ଟ୍ ଭଳି ଦ୍ୱିତୀୟ ଟେଷ୍ଟରେ ଭଲ ବ୍ୟାଟିଂ କରନ୍ତି, ତା’ହେଲେ ଘରୋଇ ଦଳ ନିଶ୍ଚିତ ଚାପରେ ରହିବ। ଯଦିଓ ବିରାଟ୍ ବିଶ୍ୱର ଶ୍ରେଷ୍ଠ ବ୍ୟାଟସ୍ମ୍ୟାନ୍ ନୁହନ୍ତି, କିନ୍ତୁ ସେ ଜଣେ ଉଚ୍ଚ ଦକ୍ଷତାସମ୍ପନ୍ନ ଖେଳାଳି।
ସେ ଯେଉଁଭଳି ଭାବେ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ବ୍ୟାଟିଂ କଲେ, ତାଙ୍କୁ ଆଉଟ୍ କରିବା କଷ୍ଟକର ହୋଇପଡ଼ିଥିଲା। ଆମେ ଟିମ୍ ଇଣ୍ଡିଆର ଅଲଗା ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ଚାପ ପକାଉଥିବା ବେଳେ ବିରାଟ୍ ଏକାକୀ ଆମ ଉପରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ସେ କହିଛନ୍ତି।
ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ମାତ୍ର ୩୧ ରନ୍ରେ ପରାସ୍ତ ହୋଇଥିଲା। ଗୋଟିଏ ପଟେ ଭାରତୀୟ ବ୍ୟାଟିଂ ଅର୍ଡର ତାସ ଘର ଭଳି ଭୁଶୁଡ଼ି ଥିବା ବେଳେ ବିରାଟ୍ ପ୍ରଥମ ଇନିଂସରେ ୧୪୯ ଓ ଦ୍ୱିତୀୟ ଇନିଂସରେ ୫୧ ରନ୍ କରିଥିଲେ।
ବେଲିସ୍ କହିଛନ୍ତି, ପ୍ରଥମ ଟେଷ୍ଟର ୪ର୍ଥ ଇନିଂସରେ ଆମ ବୋଲରମାନେ ୱିକେଟ୍ ନେବାରେ ଲାଗିଥିଲେ। କୋହଲି ମଧ୍ୟ ଚାପରେ ଖେଳୁଥିଲେ। ହେଲେ ଏହାର ଫାଇଦା ବୋଲର୍ମାନେ ନେଇପାରିଲେ ନାହିଁ।
ଆମେ ଜାଣିଛୁ, ଭାରତ ଏକ ଭଲ ଟିମ୍। କିନ୍ତୁ ଭାରତୀୟ ବ୍ୟାଟସ୍ମ୍ୟାନ୍ ମାନେ ମୁଭିଂ ବଲ୍ ଖେଳିବାରେ ନିଜର ଅକ୍ଷମତା ପ୍ରଦର୍ଶନ କରିଛନ୍ତି।
ଏବେ ବିରାଟ୍ଙ୍କୁ ଆଉଟ୍ କରିବା ଓ ଟିମ୍ ଇଣ୍ଡିଆର ସ୍ପିନ୍ ବାହିନୀକୁ କେମିତି ଖେଳାଯିବ, ତା’ ଉପରେ ଅଭ୍ୟାସ୍ କରୁଛୁ ବୋଲି ସେ କହିଛନ୍ତି।
from OdishaReporter https://ift.tt/2OOpwa5



No comments:
Post a Comment