
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାପାମାଆ ପିଲାଙ୍କୁ ନେଇ ସବୁବେଳେ ଚିନ୍ତିତ ରହିଥାନ୍ତି। ପିଲାମାନେ କିପରି ପାଠପଢ଼ାରେ ସଫଳତା ପାଇବେ ସେଥିପାଇଁ ବେଶ୍ ତତ୍ପର ରହିଥାନ୍ତି। ଯଦି ଆପଣ ବି ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହୁଛନ୍ତି, ତେବେ ବାସ୍ତୁଶାସ୍ତ୍ର ଅନୁସାରେ ପିଲାଙ୍କ ପାଠପଢ଼ା ରୁମ୍ରେ ମାଆ ସରସ୍ୱତୀଙ୍କ ସହ ଜଡ଼ିତ କିଛି ଜିନିଷ ରଖନ୍ତୁ। ଏହାଦ୍ୱାରା ପିଲାମାନଙ୍କ କ୍ୟାରିଅର୍ରେ ଉନ୍ନତି ଘଟିବ।
ଅସନ୍ତୁ ଜାଣିବା, ପିଲାମାନଙ୍କ ପଢ଼ା ଘରେ କ’ଣ ରହିବା ଉଚିତ୍।
ବୀଣା: ବୀଣା ମା’ ସରସ୍ୱତୀଙ୍କ ଅତିପ୍ରିୟ। ତେଣୁ ପିଲାର ପାଠପଢ଼ା ଘରେ ବୀଣା ରଖିବା ଦ୍ୱାରା ସବୁବେଳେ ସୁଖ ଶାନ୍ତି ରହିଥାଏ। ଏହାସହିତ ପିଲାଙ୍କ ରଚନାତ୍ମକ କ୍ଷମତା ବଢ଼ିଥାଏ।
ହଂସ ଫଟୋ: ପିଲାଙ୍କ ପଢ଼ା ଘରେ ମାଆ ସରସ୍ୱତୀଙ୍କ ବାହନ ହଂସର ମୂର୍ତ୍ତି ରଖନ୍ତୁ। ବାସ୍ତୁ ଅନୁସାରେ ଏହା ଶୁଭ ବୋଲି ଗ୍ରହଣ କରାଯାଏ। ହଂସ ମୂର୍ତ୍ତି ଘରେ ରଖିଲେ ପିଲାମାନଙ୍କ ପାଠପଢ଼ାରେ ଏକାଗ୍ରତା ଆସିଥାଏ।
ମୟୂର ଚୂଳ: ମୟୂର ଚୂଳ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାକୁ ଘରେ ରଖିବା ଶୁଭ ବିବେଚନା କରାଯାଇଥାଏ। ମୟୂର ଚୂଳକୁ ପୂଜା ଘରେ ରଖିବା ବ୍ୟତୀତ ପିଲାଙ୍କ ପଢ଼ାଘରେ ରଖନ୍ତୁ। ଦେଖିବେ ପିଲାଙ୍କ ବୌଦ୍ଧିକ ବିକାଶ ଘଟିବ।
ପଦ୍ମ ଫୁଲ: ପଦ୍ମ ଫୁଲରେ ମାଆ ସରସ୍ୱତୀ ବାସ କରନ୍ତି। ଏହି ଫୁଲକୁ ପୂଜା ଘର ସହ ପିଲାଙ୍କ ପଢ଼ାଘରେ ରଖନ୍ତୁ।
ମାଆ ସରସ୍ୱତୀ ମୂର୍ତ୍ତି କିମ୍ୱା ଫଟୋ ରଖନ୍ତୁ: ମାଆ ସରସ୍ୱତୀଙ୍କ ଫଟୋ ପଢ଼ାଘରେ ରଖିବା ଦ୍ୱାରା ପିଲାମାନେ ସଫଳତା ପାଇଥାନ୍ତି।
from Odisha Reporter https://ift.tt/2Pit7wz
No comments:
Post a Comment