
ମୁମ୍ବାଇ: ପ୍ରଥମଥର ପାଇଁ ଏକ ମାଗାଜିନ୍ର କଭର ପେଜ୍ରେ ସ୍ଥାନ ପାଇଛନ୍ତି ଶାହାରୁଖଙ୍କ ଝିଅ ସୁହାନା। ସେ ଫଟୋରେ ବେଶ ହଟ୍କେ ଲାଗୁଛନ୍ତି। ବଲିଉଡ୍ ଏଣ୍ଟ୍ରି ପୂର୍ବରୁ ଏହି କଭର ପେଜ୍ ମାଧ୍ୟମରେ ନିଜକୁ ବେଶ ଏକ୍ସପୋଜ୍ କରିଛନ୍ତି ସୁହାନା। ଗତକାଲି Vogue Beauty Awards 2018ରେ ସୁହାନାଙ୍କ ବାପା କିଙ୍ଗ୍ ଖାନ୍ ଏହି ମାଗାଜିନ୍ର ଉନ୍ମୋଚନ କରିଥିଲେ।
ଉତ୍ସବରେ ଶାହାରୁଖ୍ଙ୍କ ସହ ଶୈଫ୍ ଅଲ୍ଲି ଖାନ୍, କ୍ୟାଟ୍ରିନା କୈଫ୍, ଇଶା ଗୁପ୍ତା, କଙ୍ଗନା ରାଣାୱତ୍, ବିଦ୍ୟା ବାଲନ୍, ରବିନା ଟଣ୍ଡନ୍, ଦିଆ ମିର୍ଜା, ୟାମି ଗୌତମ, ସାଗରିକା ଘାଟକେ, ଜାହିର୍ ଖାନ୍ ଓ ଜାହ୍ନବି କପୁର ଉପସ୍ଥିତ ଥିଲେ। ସୁହାନା ଏହି ସୁଟ୍ରେ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି। ତାଙ୍କ ଟ୍ରେଣ୍ଡି ଡ୍ରେସ୍କୁ, ହେୟାରଷ୍ଟାଇଲ୍ ଓ ମେକପ୍ ସାଙ୍ଗକୁ ଜବରଦସ୍ତ ଲୁକ୍ ମଧ୍ୟ ରହିଛି ।
ଏହି ସୁଟ୍କୁ ଅନାଇତା ଶ୍ରୋଫ୍ ଷ୍ଟାଇଲ କରିଥିବାବେଳେ ମେକପ୍ ଦେଇଛନ୍ତି ନମ୍ରତା ସୋନି। ଶାହାରୁଖ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ Vogue ମାଗାଜିନ୍କୁ ଧନ୍ୟବାଦ ଜଣାଇଛନ୍ତି। କେବଳ ଶାହାରୁଖ ନୁହେଁ, ସୁହାନାଙ୍କ ମା’ ଗୌରୀ ଖାନ୍ ମଧ୍ୟ Vogueକୁ ଧନ୍ୟବାଦ ଜଣାଇଛନ୍ତି ଓ ଏହି ସୁଟ୍ର ମେକିଂ ଭିଡିଓ ସେୟାର କରିଛନ୍ତି। ସୁହାନାଙ୍କ କ୍ୟାରିୟରର ଏହା ପ୍ରଥମ ପାହାଚ ଓ ପ୍ରଥମ ସଫଳତା ବୋଲି କୁହାଯାଉଛି। ତେବେ ଏହା ପୂର୍ବରୁ ନିଜ୍ ଇନ୍ଷ୍ଟାଗ୍ରାମରେ ବିକିନି ପିନ୍ଧା ଡ୍ରେସ୍ର ଫଟୋ ଛାଡ଼ି ଚର୍ଚ୍ଚାକୁ ଆସିଛନ୍ତି ସୁହାନା।
from OdishaReporter https://ift.tt/2AvDcUj
No comments:
Post a Comment