
ପଣ୍ଜୀ: ଆଉ ସମୁଦ୍ର କୂଳରେ ଜମିବନି ମଦର ଆସର। ସି-ବିଚ୍ରେ ମଦ୍ୟପାନ ନେଇ ଲାଗିଲା କଟକଣା। ମଦ କାଚ ଏବଂ ଯାବତୀୟ ଆବର୍ଜନା ଲାଗି ସମୁଦ୍ରକୂଳ ପରିବେଶ ପ୍ରଦୂଷିତ ହେଉଥିବାରୁ ଏହି କଟକଣା ଲାଗୁ କରାଯାଇଛି। ଗୋଆ ବିଚ୍ରେ ମଦ୍ୟପାନ୍ ଉପରେ ରୋକ୍ ଲାଗାଇଲେ ରାଜ୍ୟ ସରକାର। ଏଣିକି ଆଉ ଗୋଆ ସମୂଦ୍ର ବେଳାଭୂମିରେ କେହି ମଦ ପିଇପାରିବେ ନାହିଁ। ଏହି ନିୟମକୁ ଆସନ୍ତା ଅଗଷ୍ଟ ୧୫ ତାରିଖରୁ କଡ଼ା କଡ଼ି ଲାଗୁ କରାଯିବ।
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ କହିବା ଅନୁଯାୟୀ ଗୋଆ ସମୁଦ୍ର ପାଖରେ ଦିନକୁ ଦିନ ମଦ ବୋତଲ ଓ ପ୍ଲାଷ୍ଟିକ୍ ଆବର୍ଜନା ସବୁ ବଢ଼ିବାକୁ ଲାଗିଲାଣି। ଏଥିପାଇଁ ମହିଳା ପର୍ଯ୍ୟଟକମାନେ ବେଶୀ ହଇରାଣ ହେଉଛନ୍ତି। ଏନେଇ ମହିଳାମାନେ ଅଭିଯୋଗ କରିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏହି ନିୟମ ଲାଗୁ ହେବା ପରେ ଯଦି କେହି ଗୋଆ ବେଳାଭୂମିରେ ମଦ୍ୟପାନ କରିନ୍ତି ତେବେ ପୁଲିସ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବ। ଏହା ସହ ପ୍ଲାଷ୍ଟିକ ଆବର୍ଜନା ପକାଇଲେ ୧୦୦ ଟଙ୍କା ବଦଳରେ ୨୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
ଏହି ନିୟମ ଲାଗୁ ହେବାପରେ କୌଣସି ପର୍ଯ୍ୟଟକ ସମୁଦ୍ର କୂଳରେ ମଦ ପିଇ ପାରିବେ ନାହିଁ। କିନ୍ତୁ ସେଠାରେ ଥିବା ଲାଇସେନ୍ସ୍ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର୍ଗୁଡ଼ିକରେ ମଦ ପିଇ ହେବ। ଏହି କଟକଣା ଜରିଆରେ ଗୋଆ ସରକାର ସମୁଦ୍ର କୂଳକୁ ପରିଷ୍କାର ରଖିବାକୁ ଚାହୁଁଛନ୍ତି। ଆଉ ପରିବେଶକୁ ଶାନ୍ତ ଓ ଶୃଙ୍ଖଳିତ ରଖିବାକୁ ଏହା ରାଜ୍ୟ ସରକାରଙ୍କ ଏକ ପ୍ରୟାସ ବୋଲି କୁହାଯାଉଛି।
from OdishaReporter https://ift.tt/2OAhTEa
No comments:
Post a Comment