ଠେଙ୍ଗାରେ ପିଟିଲେ, ପାଣିରେ ବୁଡ଼ାଇ ମାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଠେଙ୍ଗାରେ ପିଟିଲେ, ପାଣିରେ ବୁଡ଼ାଇ ମାରିଲେ

Youth beaten to death in broad daylight allegedly over past enmity near Badamal in #Jharsuguda

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ଅନ୍ତର୍ଗତ ହିରମା ଗାଁର ମୁଣ୍ଡାପଡ଼ା ଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିଜୟ ଭୋଇ। ତାଙ୍କ ବୟସ ୪୦ ବର୍ଷ।

ଗତକାଲି ବିଳମ୍ବିତ ରାତିରେ ବିଜୟ ଘରୁ ଚାଲି ଚାଲି ମୁଣ୍ଡାପଡା ରାସ୍ତାରେ ଯାଉଥିବା ବେଳେ ଅଜୟ ମୁଣ୍ଡା ଓ କୁମର ମୁଣ୍ଡା ତାଙ୍କୁ ଅଟକାଇ ଥିଲେ। ତା’ପରେ ସେମାନେ ବିଜୟଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଠେଙ୍ଗାରେ ଆକ୍ରମଣ କରିଥିଲେ। ବିଜୟ ତଳେ ପଡ଼ିଯିବା ପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନିକଟସ୍ଥ ପୋଖରୀକୁ ନେଇ ପାଣିରେ ବୁଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବଡ଼ମାଳ ପୁଲିସ୍‌ ଅଜୟ ଓ କୁମରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାରେ ଗିରଫ ହୋଇ ବିଜୟ ପୂର୍ବରୁ ଜେଲ ଯାଇଥିଲେ। କିଛି ଦିନ ହେବ ସେ ଜେଲରୁ ବାହାରିଥିଲେ।



from Odisha Reporter https://ift.tt/2MxXAZI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages