ମଧ୍ୟପ୍ରଦେଶର ଅଭିଶପ୍ତ ମନ୍ଦିର! କେବେ ପ୍ରେତାତ୍ମାର ଉତ୍ପାତ ତ ଆଉ କେବେ ଶୁଭେ ସିଂହର ଗର୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ମଧ୍ୟପ୍ରଦେଶର ଅଭିଶପ୍ତ ମନ୍ଦିର! କେବେ ପ୍ରେତାତ୍ମାର ଉତ୍ପାତ ତ ଆଉ କେବେ ଶୁଭେ ସିଂହର ଗର୍ଜନ

temple

ଭୋପାଲ୍‌: ମନ୍ଦିରରେ ଶୁଭୁଛି ଭୟଙ୍କର ଶବ୍ଦ। କେବେ ସିଂହର ଗର୍ଜନ ତ ଆଉ କେବେ କାନକୁ ବଧିର କରିଦେବା ଭଳି ଘଣ୍ଟ ଓ ଘଣ୍ଟିର ନାଦ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମନ୍ଦିର ପରିସରରେ ଏକ ମହିଳାଙ୍କ ପ୍ରେତାତ୍ମା ଘୁରି ବୁଲୁଛି। ଏମିତି କିଛି କାରଣ ପାଇଁ ମଧ୍ୟପ୍ରଦେଶର ଦେୱାସ୍‌ରେ ଥିବା ମା’ ଦୁର୍ଗାଙ୍କ ମନ୍ଦିରକୁ ଅଭିଶପ୍ତ ମନ୍ଦିର କୁହାଯାଉଛି ।

ଆସନ୍ତୁ ଜାଣିବା, ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ କଥା।

କୁହାଯାଏ, ମା’ ଦୁର୍ଗାଙ୍କ ଏହି ମନ୍ଦିର ନିର୍ମାଣ କରିଥିଲେ ଦେୱାସ୍‌ର ମହାରାଜା। ମନ୍ଦିର କାମ ସରିବା ପରେ କିନ୍ତୁ ରାଜ ପରିବାରରେ ଅଶୁଭ ଘଟଣାସବୁ ଘଟିବାକୁ ଲାଗିଲା। ପାରିବାରିକ କଳହ ବି ଉଗ୍ର ରୂପ ନେଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦେୱାସ୍‌ର ରାଜକୁମାରୀ ଓ ସେନାପତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଏହାକୁ ରାଜା ଗ୍ରହଣ କରି ନଥିଲେ। ପରେ ରହସ୍ୟମୟ ସ୍ଥିତିରେ ରାଜକୁମାରୀଙ୍କ ମୃତ୍ୟୁ ଘଟିଥିଲା। ଆଉ ରାଜକୁମାରୀଙ୍କ ମୃତ୍ୟୁ ପରେ ସେନାପତି ସେହି ମନ୍ଦିରରେ ଆତ୍ମହତ୍ୟା କରିଥିଲେ।

ସେନାପତିଙ୍କ ମୃତ୍ୟୁ ଯୋଗୁ ମନ୍ଦିର ଅପବିତ୍ର ହୋଇଯାଇଥିବାରୁ ଦେବୀଙ୍କ ବିଗ୍ରହକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରାଜପୁରୋହିତ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ରାଜା ମନ୍ଦିରରେ ପ୍ରତିଷ୍ଠିତ ବିଗ୍ରହଙ୍କୁ ନେଇ ଉଜ୍ଜୟିନୀର ‘ବଡ଼ ଗଣେଶ’ ମନ୍ଦିରରେ ସ୍ଥାପନ କରିଥିଲେ। ତେବେ ପୂର୍ବ ମନ୍ଦିରରେ କେବଳ ମା’ଙ୍କ ଏକ ପ୍ରତିମୂର୍ତ୍ତି ରଖି ଦିଆଯାଇଥିଲା। ତେବେ ମା’ଙ୍କ ବିଗ୍ରହ ସ୍ଥାନାନ୍ତର ସତ୍ତ୍ୱେ ରାଜ୍ୟରେ ଅଲୌକିକ ଘଟଣା ଘଟିବା କମି ନଥିଲା।

ସ୍ଥାନୀୟ ଲୋକ କୁହନ୍ତି, ଏବେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ମନ୍ଦିରରୁ ବେଳେବେଳେ ଭୟଙ୍କର ଶବ୍ଦ ଶୁଣାଯାଇଥାଏ। କେବେ କେବେ ସିଂହର ଗର୍ଜନ ବି ଶୁଭେ। ଆଉ କେବେ ଦୀର୍ଘ ସମୟ ଧରି କାନକୁ ବଧିର କରିଦେବା ଭଳି ଘଣ୍ଟ ଓ ଘଣ୍ଟିର ଶବ୍ଦ ମଧ୍ୟ ଶୁଣିବାକୁ ମିଳେ ।

କିଛି ଲୋକଙ୍କ କୁହନ୍ତି, ଜଣେ ମହିଳା ଧଳା ଲୁଗା ପିନ୍ଧି ମନ୍ଦିର ପରିସରରେ ବୁଲୁଛନ୍ତି। ତେଣୁ ସନ୍ଧ୍ୟା ହେବା ପରେ କେହି ଏହି ମନ୍ଦିରକୁ ଯିବାକୁ ସାହସ କରନ୍ତି ନାହିଁ।

ମନ୍ଦିରକୁ ଭାଙ୍ଗି ଏହାର ଜମିକୁ ଅନ୍ୟ କାମରେ ବ୍ୟବହାର ପାଇଁ ଏକାଧିକ ଥର ଚେଷ୍ଟା ମଧ୍ୟ କରାଯାଇଛି। କିନ୍ତୁ ମନ୍ଦିର ଭାଙ୍ଗିବା କାମରେ ନିୟୋଜିତ ସମସ୍ତ ଲୋକଙ୍କ ସହ ଅଜବ ଘଟଣା ସବୁ ଘଟିଥିଲା। ଏପରିକି ଥରେ ଶ୍ରମିକମାନେ ମନ୍ଦିରର ଗମ୍ବୁଜରୁ ନିଆଁ ବାହାରିବା ଦେଖିବା ପରେ ମନ୍ଦିର ଭାଙ୍ଗିବା ଛାଡ଼ି ଛାନିଆଁରେ ପଳାଇଥିଲେ। ଆଉ ସେହିଠାରୁ ହିଁ ମନ୍ଦିର ଭାଙ୍ଗିବା କାମ ବନ୍ଦ ରହିଥିଲା।

ସ୍ଥାନୀୟ ଲୋକଙ୍କର ଏହା ମଧ୍ୟ ବିଶ୍ୱାସ ରହିଛି ଯେ କେହି କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ମନ୍ଦିରକୁ ଆସିଲେ ନିଜେ ସମସ୍ୟାରେ ପଡ଼ନ୍ତି।

ଏହିସବୁ ଘଟଣା ସତ କି କେବଳ କାନକୁହା କଥା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରଚଳିତ ଏହିସବୁ ଲୋକକଥା ପାଇଁ ମନ୍ଦିରଟିକୁ ଅଭିଶପ୍ତ ବୋଲି କୁହାଯାଇଥାଏ।

ମା’ଙ୍କ ପ୍ରତି ଆସ୍ଥା ରଖୁଥିବା ଲୋକେ ଏଠାକୁ ପୂଜା କରିବାକୁ ଆସନ୍ତି, ହେଲେ ସନ୍ଧ୍ୟା ପୂର୍ବରୁ ସମସ୍ତେ ସ୍ଥାନ ଛାଡ଼ି ଚାଲି ଯାଇଥା’ନ୍ତି।

 



from OdishaReporter https://ift.tt/2OpKbAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages