ମୁହଁରୁ ଜାଣି ହେବ ବ୍ୟକ୍ତିଙ୍କ ଚରିତ୍ର, ଜାଣନ୍ତୁ କେମିତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ମୁହଁରୁ ଜାଣି ହେବ ବ୍ୟକ୍ତିଙ୍କ ଚରିତ୍ର, ଜାଣନ୍ତୁ କେମିତି?

face1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ, ଜଣେ ବ୍ୟକ୍ତିଙ୍କ ମୁହଁକୁ ଦେଖିଦେଲେ, ସେ କିପରି ମାନସିକ ସ୍ଥିତିରେ ଅଛନ୍ତି, ତାହା ଜାଣିହେବ । ହେଲେ, ମୁହଁକୁ ଦେଖି ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ଏକ କଷ୍ଟକର ବ୍ୟାପାର। କିନ୍ତୁ ଆପଣ ଜଣଙ୍କ ମୁହଁକୁ ଚାହିଁ, ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ କିପରି ଜାଣି ପାରିବେ, ଜ୍ୟୋତିଷ ଶାସ୍ତ୍ରରେ ସେନେଇ ଉପାୟ ମଧ୍ୟ ରହିଛି। ଏଥିପାଇଁ ଆପଣଙ୍କୁ ସଂପୃକ୍ତ ବ୍ୟକ୍ତିଙ୍କ ମୁହଁ  ଓ କପାଳକୁ ଟିକେ ଧ୍ୟାନର ସହ ଦେଖିବାକୁ ପଡ଼ିବ। କପାଳର ଆକାରରୁ ଆପଣ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ବହୁତ କିଛି ସଙ୍କେତ ମଧ୍ୟ ପାଇପାରିବେ।

ଆସନ୍ତୁ ଜାଣିବା, କେଉଁ ପ୍ରକାର ମୁହଁ ଓ କପାଳ ଥିଲେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିପରି ହୋଇଥାଏ।

ଉଚ୍ଚା କପାଳ: ଉଚ୍ଚା କପାଳ, ବ୍ୟକ୍ତିଙ୍କ ପାଇଁ ସୌଭାଗ୍ୟ ଓ ଧନବୃଦ୍ଧିର ସଙ୍କେତ ଦିଏ । ଏପରି କପାଳର ବ୍ୟକ୍ତି ବୁଦ୍ଧିମାନ ହୋଇଥା’ନ୍ତି । ଏପରି ବ୍ୟକ୍ତିଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ। ଏହି ଉଚ୍ଚା କପାଳଧାରୀ ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ। ଯଦି ଏପରି ଉଚ୍ଚା କପାଳ ଥିବା ବ୍ୟକ୍ତି ଆପଣଙ୍କ ଜୀବନସାଥୀ ହେଉଛନ୍ତି, ତେବେ ଆପଣ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ୍‌।

ଚେପଟା କପାଳ: ଯେଉଁ ବ୍ୟକ୍ତିଙ୍କ କପାଳ ଚେପଟା ଓ ମୁଣ୍ଡରେ କେଶ ଛୋଟ ଥିବ, ତେବେ ସେମାନେ ଭଗବାନଙ୍କ ଅତି ପ୍ରିୟ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏମାନେ ଭାଗ୍ୟଶାଳୀ ହୋଇଥା’ନ୍ତି। ଏମାନେ ସାମାଜିକ ସ୍ତରରେ ବହୁତ ସମ୍ମାନ ପାଇଥା’ନ୍ତି। ଏପରି କପାଳ ଥିବା ବ୍ୟକ୍ତି ପ୍ରାୟ ଉଚ୍ଚ ପଦର ଅଧିକାରୀ ହୋଇଥା’ନ୍ତି।

ଛୋଟ କପାଳ: ଛୋଟ କପାଳ ଥିବା ବ୍ୟକ୍ତି ବହୁତ ଚାଲାକ୍‌ । ଏମାନେ ଖରାପ ହୃଦୟର ନୁହନ୍ତି। କିନ୍ତୁ ନିଜ ସ୍ୱାର୍ଥ ପାଇଁ ଏମାନେ ସବୁକିଛି କରିବାକୁ ସବୁବେଳେ ପ୍ରସ୍ତୁତ ଥା’ନ୍ତି।

ଅଧିକ ଛୋଟ କପାଳ: ଏପରି କପାଳ ଥିବା ବ୍ୟକ୍ତିଙ୍କ ପିଛା ଛାଡ଼ି ନଥାଏ ଦୁର୍ଭାଗ୍ୟ। ଛୋଟ କପାଳ ଧନହାନିର ସୂଚକ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏମାନେ ସାଧାରଣତଃ ସଂକୀର୍ଣ୍ଣ ବିଚାରଧାରାର ବ୍ୟକ୍ତିତ୍ୱ ହୋଇଥା’ନ୍ତି। ଏମାନେ ନିଜ ମନର କଥା କେବେ ବି ଅନ୍ୟ ଆଗରେ ଖୋଲି ନଥା’ନ୍ତି।

ଆୟତାକାର ମୁହଁ: ଏପରି ମୁହଁ ଥିବା ବ୍ୟକ୍ତି ବହୁତ ପ୍ରାକ୍ଟିକାଲ୍‌ ହୋଇଥାନ୍ତି। କର୍ମକ୍ଷେତ୍ରରେ ଏପରି ବ୍ୟକ୍ତି ବହୁତ କିଛି ହାସଲ କରନ୍ତି।

ଗୋଲ୍‌ ମୁହଁ: ଗୋଲ ମୁହଁର ବ୍ୟକ୍ତି ଚଞ୍ଚଳ ପ୍ରକୃତିର। ଏମାନେ ମଧ୍ୟ ବହୁତ ଉଗ୍ର ସ୍ୱଭାବର ହୋଇଥା’ନ୍ତି।



from OdishaReporter https://ift.tt/2KFFAb2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages