ଆସାମ ଏନ୍‌ଆର୍‌ସି ତାଲିକା: ଅଧିକାରୀଙ୍କୁ ଜେଲ୍‌ ଚେତାବନୀ ଦେଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଆସାମ ଏନ୍‌ଆର୍‌ସି ତାଲିକା: ଅଧିକାରୀଙ୍କୁ ଜେଲ୍‌ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସାମ ନାଗରିକତ୍ୱ ତାଲିକା ପ୍ରସ୍ତୁତି ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ ଉପରେ ଆଜି ସୁପ୍ରିମକୋର୍ଟ ପ୍ରବଳ ବର୍ଷିଛନ୍ତି। ଏହି ଅଧିକାରୀ ଜଣଙ୍କ ମିଡିଆ ଆଗରେ ମନ୍ତବ୍ୟ ଦେଇଥିବାରୁ ଏନେଇ ସର୍ବୋଚ୍ଚ ଅଦାଲତ ଭୀଷଣ କ୍ଷୁବ୍ଧ ହୋଇଛନ୍ତି। ପଚାରିଛନ୍ତି, କାହା ଅନୁମତି ନେଇ ନାଗରିକତ୍ୱ ତାଲିକା ସଂଯୋଜକ ପ୍ରତୀକ ହେଜେଲା ଗଣାମଧ୍ୟମ ଆଗରେ ମତ ରଖିଲେ? ଦରକାର ପଡ଼ିଲେ, ପ୍ରତୀକ ଓ ରିଜିଷ୍ଟ୍ରାର ଶୈଲେଶଙ୍କୁ ଜେଲ୍‌ ପଠାଇ ଦିଆଯିବ ବୋଲି ସର୍ବୋଚ୍ଚ କୋର୍ଟ ଚେତାବନୀ ଦେଇଛନ୍ତି।

ପୂର୍ବରୁ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ହେଜେଲା କହିଥିଲେ, ଆସାମ ଏନ୍‌ଆର୍‌ସି ତାଲିକାରୁ ଯେଉଁମାନେ ବାଦ୍‌ ପଡ଼ିଛନ୍ତି, ସେମାନେ ନୂଆ ଦସ୍ତାବିଜ୍‌ ସହ ପୁଣିଥରେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ। ଏହା ସହିତ ସେ ଅନେକ ପ୍ରସଙ୍ଗରେ ମତ ରଖିଥିଲେ।

ଏନ୍‌ଆର୍‌ସି ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ଘଟଣାକୁ ନେଇ ସାରା ଦେଶରେ ରାଜନୀତିକ ବାଦ ବିବାଦ ଲାଗି ରହିଥିବା ବେଳେ ଶ୍ରୀ ହେଜେଲା ସିଧାସଳଖ ଏଭଳି ମନ୍ତବ୍ୟ ଦେଇ ସାରା ପ୍ରସଙ୍ଗକୁ ଆହୁରି ଜଟିଳ କରିଥିଲେ।

ହେଜେଲାଙ୍କ ଏହି ମନ୍ତବ୍ୟକୁ ସର୍ବୋଚ୍ଚ ଅଦାଲତ ବେଶ ଗମ୍ଭୀରତାର ସହ ନେଇଛନ୍ତି।  ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଆର୍‌ଏଫ୍‌  ନରିମଣଙ୍କ ଖଣ୍ଡପୀଠ କହିଛନ୍ତି, “ମନେରଖିବା ଦରକାର ଯେ ଆପଣ ଜଣେ ସରକାରୀ ଅଧିକାରୀ। ଅପାଣଙ୍କ କାମ ହେଲା, ଚୂଡ଼ାନ୍ତ ଏନ୍‌ଆର୍‌ସି ରିପୋର୍ଟ ପ୍ରସ୍ତୁତ କରିବା। ଆପଣ ଗଣମାଧ୍ୟମକୁ ଯାଇ ଏସମ୍ପର୍କରେ କହିବାକୁ ଅଧିକାର ପାଇନାହାନ୍ତି। ଆଗକୁ ଗଣମାଧ୍ୟମ ଆଗରେ ମତ ରଖିବା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଶ୍ରୀ ହେଜେଲା ଏଭଳି କାର୍ଯ୍ୟ ପାଇଁ ଖଣ୍ଡପୀଠଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ତେବେ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ଅନୁମତି ନେଇ ସେ ଏଭଳି ସାକ୍ଷତକାର ଦେଇଥିଲେ ବୋଲି କହିଛନ୍ତି।



from OdishaReporter https://ift.tt/2Ohait2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages