ଜାଣନ୍ତୁ, କେମିତି ଷ୍ଟାର୍ ହେଲେ ଶମ୍ମି କପୁର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଜାଣନ୍ତୁ, କେମିତି ଷ୍ଟାର୍ ହେଲେ ଶମ୍ମି କପୁର୍

ମୁମ୍ବାଇ: ୨୦୧୧ମସିହା ଆଜିର ଦିନରେ ଦେହତ୍ୟାଗ କରିଥିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଶମ୍ମି କପୁର୍‌। ଦେହାବସାନ ପରେ ବି ଏହି ଡ୍ୟାନ୍‌ସିଂ ଷ୍ଟାର୍‌ଙ୍କ ନିଆରା ଷ୍ଟାଇଲ୍‌କୁ ଫ୍ୟାନ୍‌ମାନେ ଏଯାଏ ଝୁରୁଛନ୍ତି।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ଅଭିନୟକୁ ଅଲ୍‌ବିଦା କହିବା ପାଇଁ ଶମ୍ମି ଏକପ୍ରକାର ନିଷ୍ପତ୍ତି ନେଇ ଯାଇଥିଲେ। କିନ୍ତୁ ପରେ ଏପରି କିଛି ଘଟଣା ହେଲା, ଯହା ତାଙ୍କ ଫିଲ୍ମ୍‌ କ୍ୟାରିୟର୍‌ରେ ବଡ଼ଧରଣର ପରିବର୍ତ୍ତନ ଆଣିଲା, ଆଉ ଶମ୍ମି ‘ଷ୍ଟାର୍‌’ର ମାନ୍ୟତା ପାଇଗଲେ।

ପିଲାବେଳୁ ଅଭିନୟ ପ୍ରତି ଶମ୍ମିଙ୍କର ପ୍ରବଳ ଆଗ୍ରହ ଥିଲା। ଖାସ୍ ଏଥିପାଇଁ ସେ କଲେଜ୍ ଛାଡ଼ି ବାପା ପୃଥ୍ୱୀରାଜ୍‌ କପୁର୍‌ଙ୍କ ସହ ଥିଏଟର୍‌ରେ କାମ କରିବା ଆରମ୍ଭ କଲେ। ମାସିକ ପାରିଶ୍ରମିକ ବାବଦକୁ ତାଙ୍କୁ ମିଳୁଥିଲା ମାତ୍ର ୫୦ ଟଙ୍କା।  ଆଉ ଥିଏଟର୍ ଛାଡ଼ିବା ବେଳକୁ ଏହା ୩୦୦ ଟଙ୍କାରେ ପହଞ୍ଚିଥିଲା।
୧୯୫୩ ମସିହାରେ ପ୍ରଥମେ ଶମ୍ମି କପୁର୍‌ଙ୍କୁ ଫିଲ୍ମ ‘ଜୀବନ ଜ୍ୟୋତି’ରେ ଅଭିନୟର ସୁଯୋଗ ମିଳିଥିଲା। କିନ୍ତୁ ଏହି ଫିଲ୍ମ୍‌ଟି ସେପରି ସଫଳତା ହାସଲ୍‌ କରି ପାରିନଥିଲା। ଏପରିକି ସେ ବଡ଼ ଭାଇ ରାଜ୍‌ କପୁର୍‌ଙ୍କୁ ନକଲ କରୁଥିବା ଅଭିନେତା ଭାବେ ଗଣାଗଲେ। ପରେ କେବଳ କପୁର୍‌ ଖାନ୍‌ଦାନ୍‌ର ପ୍ରତିଷ୍ଠା ଯୋଗୁ ତାଙ୍କୁ ବହୁ ଫିଲ୍ମରେ କାମ ମିଳୁଥିଲା ଏବଂ ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ କ୍ରମାଗତ ଫ୍ଳପ୍‌ ହେବା ସତ୍ତ୍ୱେ ସେ  ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିଥିଲେ।

ଏସବୁ ଭିତରେ କିନ୍ତୁ ଶମ୍ମି ‘ମିସ୍‌ କୋକାକୋଲା’ରେ ତାଙ୍କ କୋ-ଷ୍ଟାର୍ ଥିବା ଗୀତା ବାଲୀଙ୍କୁ ବିବାହ କରିଥିଲେ। ଗୀତା ସେ ସେମୟରେ ଜଣେ ବଡ଼ ଷ୍ଟାର୍ ଥିଲେ ଏବଂ ତାଙ୍କର ବିଶ୍ୱାସ ଥିଲା ଯେ ଶମ୍ମିଙ୍କ ଭାଗ୍ୟର ଡୋର ଦିନେ ନା ଦିନେ ନିଶ୍ଚୟ ଫିଟିବ। କିନ୍ତୁ ବିବାହ ପରେ ବି ସେମିତି କିଛି ହେଲା ନାହିଁ ଓ ଗୀତା ବାଲୀଙ୍କ ସହ ତାଙ୍କ ଫିଲ୍ମଗୁଡ଼ିକ ମଧ୍ୟ ଫ୍ଲଫ୍ ହେଲା।

ଫିଲ୍ମ ଦିନକୁ ଦିନ କେବଳ ଫ୍ଲଫ୍‌ ହେଉଥିବା ଦେଖି ଶମ୍ମି ଖୁବ୍‌ ନିରାଶ ହୋଇ ଯାଇଥିଲେ। ଏହି ସମୟରେ ଦିନେ ସେ ଗୀତାଙ୍କୁ କହିଥିଲେ ଯେ ଯଦି ତାଙ୍କ ଫିଲ୍ମ ଆଗକୁ ଆଉ ନ ଚାଲିବ, ତେବେ ସେ ଅଭିନୟରୁ ସମ୍ପୂର୍ଣ୍ଣ ସନ୍ୟାସ ନେଇ ଆସାମ୍‌ର ଚାହା ବଗିଚାରେ ମ୍ୟାନେଜର୍‌ ଭାବେ କାମ କରିବେ।

ଏହା ଶୁଣିବା ପରେ ଗୀତା ତାଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ନିଜର ବେଷ୍ଟ୍‌ ଦେବା ପାଇଁ ଉତ୍ସାହିତ କରିଥିଲେ। ଗୀତା ଶମ୍ମିଙ୍କୁ କହିଥିଲେ ଯେ ଷ୍ଟାର୍ ହେବାର ସବୁ ଗୁଣ ଶମ୍ମିଙ୍କ ପାଖରେ ରହିଛି। ଏହି ଗୁଣ ହିଁ ତାଙ୍କ ଭାଗ୍ୟକୁ ବଦଳାଇ ଦେବ।

ଗୀତାଙ୍କ ଏହି ଆକଳନ ସତ ହେଲା। ଶମ୍ମିଙ୍କୁ ନିର୍ମାତା ନାସିର୍‌ ହୁସୈନ୍‌ଙ୍କ ଫିଲ୍ମ୍‌  ‘ତୁମ୍‌ସା ନେହିଁ ଦେଖା’ରେ ସୁଯୋଗ ମିଳିଲା ଏବଂ ଫିଲ୍ମଟି ରିଲିଜ୍ ହେବା ପରେ ଏପରି ଚାଲିଲା ଯେ ଶମ୍ମି କପୁର୍‌ଙ୍କ ଷ୍ଟାର୍‌ର ମାନ୍ୟତା ମିଳିଗଲା।

ଏହି ପିଲ୍ମ ପରଠାରୁ ଆଉ ପଛକୁ ଚାହିଁ ନଥିଲେ ଶମ୍ମି। ପରେ ସେ ଦର୍ଶକଙ୍କୁ ‘ଜାନ୍‌ୱର୍‌’, ‘ଜଙ୍ଗ୍‌ଲୀ’, ‘ପ୍ରଫେସର୍‌’ ଓ ‘କଶ୍ମିର୍‌ କଲୀ’ ଭଳି ଅନେକ ହିଟ୍‌ ପିଲ୍ମ୍ ଭେଟି ଦେଇଛନ୍ତି।



from OdishaReporter https://ift.tt/2MKen8Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages