
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ରରେ ମୋଟ ୯ଟି ଗ୍ରହ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ନବଗ୍ରହ ୧୨ଟି ରାଶିରେ ନିଜ ନିଜର ସ୍ଥିତିକୁ ନେଇ ଫଳ ପ୍ରଦାନ କରିଥାନ୍ତି। ଏହି ଅନୁଯାୟୀ କୁଣ୍ଡଳୀ ବା ରାଶିରେ ଦୋଷାଦୋଷ ସୃଷ୍ଟି ହୋଇଥାଏ ଓ ଏହାର ନିବାରଣ ପାଇଁ ଜ୍ୟୋତିଷଶାସ୍ତ୍ରରେ ଉପାୟ ନିର୍ଦ୍ଧାରଣ କରାଯାଇଥାଏ। ଏହିସବୁ ଦୋଷ ମଧ୍ୟରୁ ଗୋଟିଏ ହେଲା ‘କାଳସର୍ପ ଦୋଷ’।
ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ୯ଟିରୁ ୭ଟି ଗ୍ରହ ରାହୁ ଓ କେତୁ ମଝିରେ ରହିଯାଉଛି ତେବେ ତାକୁ କୁହାଯାଏ କାଳସର୍ପ ଦୋଷ। ଜ୍ୟୋତିଷବିଦ୍ୟା କହୁଛି, କାଳସର୍ପ ଦୋଷରେ ପୀଡ଼ିତ ରାଶିର ବ୍ୟକ୍ତିଙ୍କୁ କୌଣସି କାମରେ ସଫଳତା ମିଳେନି। ତାଙ୍କ ପାଇଁ ସମସ୍ୟା ବଢ଼ିଚାଲେ। ପାରିବାରିକ ସୁଖ ମଧ୍ୟ ଗାଏବ୍ ହୋଇଯାଏ।
ଯଦି ଆପଣଙ୍କର କାଳସର୍ପ ଦୋଷ ରହିଛି, ତେବେ ଆସନ୍ତାକାଲି (୧୫ ଅଗଷ୍ଟ ୨୦୧୮ ବୁଧବାର) ନାଗପଞ୍ଚମୀରେ ଆପଣ ଏହାର ସମାଧାନ କରିପାରିବେ। ଜାଣିରଖନ୍ତୁ କେଉଁ ସବୁ ଲକ୍ଷଣରୁ ଜାଣିବେ ଯେ ଆପଣ କାଳସର୍ପ ଦୋଷରେ ପୀଡ଼ିତ ଏବଂ କେଉଁ ସବୁ ଉପାୟରେ ଆପଣ ଏହାର ନିରାକରଣ କରିବେ।
୧. କାଳସର୍ପ ଦୋଷରେ ପ୍ରଭାବିତ ବ୍ୟକ୍ତିଙ୍କର ଶୟନରେ ସବୁବେଳେ ଖରାପ ସ୍ୱପ୍ନ ଆସିଥାଏ।
୨. ବିନା କାରଣରେ ଆପଣଙ୍କ ମନରେ କୌଣସି ପ୍ରକାର ଏକ ଡର ଲାଗି ରହୁଥିବ।
୩. ଭୟ ଯୋଗୁ ରାତିରେ ଶୋଇଥିବା ବେଳେ ବାରମ୍ବାର ନିଦ ଭାଙ୍ଗିଯାଏ।
୪. ସ୍ୱପ୍ନରେ ବାରମ୍ବାର ସାପ ଦେଖିବାକୁ ପାଇବେ।
୫. ସବୁବେଳେ ଅନୁଭବ କରିବେ ଯେ, ଯେମିତି ଆପଣଙ୍କ ପାଖେ ପାଖେ କିଏ ଜଣେ ଅଛି।
୬. ସବୁପ୍ରକାର ଉଦ୍ୟମ ପରେ ବି ଶେଷ ମୁହୂର୍ତ୍ତରେ ହିଁ କାମ ଅଟକି ଯିବା କିମ୍ବା ନହେବା।
୭. ଘର ପରିବାର ଓ କର୍ମସ୍ଥଳୀ ବା ଅଫିସ୍ରେ ଅଯଥା କାରଣରୁ ବିବାଦରେ ଫସି ଯାଉଥିବେ। ଶତ୍ରୁମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବ।
୮. କୌଣସି ଏକ ଗମ୍ଭୀର ରୋଗର ଚିକିତ୍ସା ଠିକ୍ ଠିକ୍ ଚାଲିଥିଲେ ବି ଦେହ ଭଲ ହେଉନଥିବ।
୧. ନାଗପଞ୍ଚମୀରେ କୌଣସି ଏକ ପବିତ୍ର ନଦୀରେ ରୂପା କିମ୍ବା ତମ୍ବାରେ ତିଆରି ନାଗ-ନାଗୁଣୀ ଯୋଡ଼ିକୁ ଭସେଇ ଦିଅନ୍ତୁ।
୨. ନାଗପଞ୍ଚମୀରେ ଅଶ୍ୱସ୍ତ (ଓସ୍ତ) ଗଛରେ ପାଣି ଚଢ଼ାନ୍ତୁ ଏବଂ ଗଛ ଚାରିପଟେ ସାତଘେରା ବୁଲନ୍ତୁ।
୩. ଗରିବ ଲୋକଙ୍କୁ କଳା କମ୍ବଳ ଦାନ କରନ୍ତୁ।
୪. ନାସିକ କିମ୍ବା ଉଜ୍ଜୟିନୀରେ କାଳସର୍ପ ଦୋଷ ନିବାରଣ ପାଇଁ ପୂଜା ମଧ୍ୟ କରିପାରିବେ।
from OdishaReporter https://ift.tt/2w9TLzG

No comments:
Post a Comment