କ୍ଷମା ମାଗିଲେ ଦଲାଇ ଲାମା: କଂଗ୍ରେସ୍‌ କହିଲା ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

କ୍ଷମା ମାଗିଲେ ଦଲାଇ ଲାମା: କଂଗ୍ରେସ୍‌ କହିଲା ଏମିତି କଥା

dalai lama

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ମୋ ମନ୍ତବ୍ୟ ହଠାତ୍‌ ଏମିତି ବିବାଦୀୟ ହୋଇଗଲା। ଯଦି କିଛି ଭୁଲ ରହିଛି, ତେବେ ମୁଁ କ୍ଷମା ମାଗୁଛି।”

ବୁଧବାରକୁ ଗୋଆରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ଏକ କାର୍ଯ୍ୟକ୍ରମରେ ଦଲାଇ ଲାମା କହିଥିଲେ, “ମହାତ୍ମା ଗାନ୍ଧି ଚାହୁଁଥିଲେ, ମହମ୍ମଦ ଅଲ୍ଲୀ ଜିନ୍ନା ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ହେଲେ ପଣ୍ଡିତ ନେହରୁ ଏଥିପାଇଁ ରାଜି ହୋଇ ନଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ହେବା ଆଶାରେ ଯଦି ନେହରୁ ଆତ୍ମକେନ୍ଦ୍ରିକ ହୋଇ ନଥାନ୍ତେ, ଦେଶ ବିଭାଜନ ହୋଇ ନଥାନ୍ତା।”

କଂଗ୍ରେସ କହିଲା ଏମିତି କିଛି

ଦଲାଇ ଲାମାଙ୍କ ଏପରି ବୟାନକୁ ନେଇ କଂଗ୍ରେସ, ବିଜେପିକୁ ଟାର୍ଗେଟ୍‌ କରିଛି। କଂଗ୍ରେସ୍‌ ନେତା ଶକ୍ତି ସିଂହ କହିଛନ୍ତି, “ନେହରୁ ଏବଂ ଜିନ୍ନାଙ୍କୁ ନେଇ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଏପରି ବୟାନ ପଛରେ କେନ୍ଦ୍ରର ମୋଦି ସରକାରଙ୍କ ହାତ ଥିବା ଆଶଙ୍କା କରାଯାଉଛି।”

ସେ କହିଛନ୍ତି, “ଦଲାଇ ଲାମାଙ୍କୁ ବହୁତ ସମ୍ମାନ ସ୍ପଦ ନଜରରେ ଦେଖିଥାଏ। କୌଣସି ଧର୍ମଗୁରୁଙ୍କ ବିରୋଧରେ ମନ୍ତବ୍ୟ ଦେବାରେ ମୁଁ ବିଶ୍ୱାସ କରେନାହିଁ। ହେଲେ ସତ ନିଶ୍ଚିତ ପଦାକୁ ଆସିବ ଏବଂ ଏପରି ମନ୍ତବ୍ୟ ପଛରେ ମୋଦିଙ୍କ କିଛି ଚାଲ୍‌ ଥିବା ଜଣାପଡ଼ିବ।”

କଂଗ୍ରେସ୍‌ ନେତାଙ୍କ ମନ୍ତବ୍ୟ ଉପରେ ବିଜେପି ନେତା ସିପି ଠାକୁର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏହା ଦଲାଇ ଲାମାଜୀଙ୍କ ଚିନ୍ତାଧାରା। ହେଲେ ସେ ସମୟରେ ଏମିତି ସମସ୍ୟା ହୋଇଥିଲା ଯେ, ଜିନ୍ନାଜୀ ମଧ୍ୟ ଭାବି ପାରୁ ନଥିଲେ ସେ ହିନ୍ଦୁସ୍ତାନର ପ୍ରଧାନମନ୍ତ୍ରୀ ହେବେ।”



from OdishaReporter https://ift.tt/2nrAUfw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages