
ଏବେ ବର୍ଷା ଦିନ ଚାଲିଛି। ଏହି ସମୟରେ ବ୍ୟାକ୍ଟେରିଆ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ।ଫଳରେ ବିଭିନ୍ନ ଇନ୍ଫେକ୍ସନ୍ ହେବାର ଡର ରହିଥାଏ। ସେଥିମଧ୍ୟରୁ କାନ ଇନଫେକ୍ସନ୍ ଗୋଟିଏ। ଏହି ଦିନରେ ଅଧିକାଂଶ ଲୋକଙ୍କର କାନ ରୋଗ ହୋଇଥାଏ। କାହିଁକି ନାଁ କାନର ବାହାର ଭାଗରେ ଫଙ୍ଗଲ ଇନ୍ଫେକ୍ସନ୍ ହୋଇଥାଏ। ଫଳରେ କାନର ମଧ୍ୟ ଭାଗରେ ‘ଅଟିଟିସ୍ ମିଡିଆ’ନାମକ ସଂକ୍ରମଣ ବଢ଼ିଯାଇଥାଏ। ଫଳରେ କାନରେ ଯନ୍ତ୍ରଣା ହୋଇଥାଏ।ଆସନ୍ତୁ ଜାଣିବା ବର୍ଷା ଦିନରେ କିପରି କାନର ଯତ୍ନ ନେବା।
ଆୟୁବେଦାଚାର୍ଯ୍ୟ ଡଃ ବୁଜେଶ ଗୁପ୍ତଙ୍କ କହିବା ଅନୁସାରେ ବର୍ଷା ଦିନରେ ଗାଧୋଇବା ସମୟରେ କାନରେ ଯେପରି ପାଣି ନ ପଶେ, ସେଥିପତି ସତର୍କ ରୁହନ୍ତୁ।
– ବାରମ୍ବାର ବାରମ୍ବାର କାନ ସଫା କରନ୍ତୁ ନାହିଁ।ଏହା ଦ୍ୱାରା କାନ ଭିତରେ ଥିବା ନରମ ତ୍ୱଚାରେ ଆଘାତ ଲାଗିବ। ଏହାଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ।
– ବର୍ଷା ଦିନରେ ଦୂଷିତ ପାଣି ପଶିବା ଯୋଗୁଁ କାନ ରୋଗ ହୋଇଥାଏ। ଏହି ଦିନରେ ସୁଇମିଂ କଲାବେଳେ କାନରେ ଇଅର୍ ପ୍ଲଗ୍ ବ୍ୟବହାର କରନ୍ତୁ।
-କାନ ଇନ୍ଫେକ୍ସନ୍ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
– ବର୍ଷା ଦିନରେ ଅଧିକାଂଶ ସମୟରେ ବର୍ଷା ହୋଇଥାଏ। ବେଳେବେଳେ ଆମେ ବର୍ଷାରେ ଭିଜିଯାଇଥାଉ।ଏପରି କରନ୍ତୁ ନାହିଁ।ବର୍ଷାରେ ଭିଜିବା ଯୋଗୁଁ ଥଣ୍ଡା ହେବା ସହ ଗଳାରେ ଦରଜ ହୋଇଥାଏ। ଏହାର ପ୍ରଭାବ ମଧ୍ୟ କାନ ଉପରେ ପଡ଼ିଥାଏ। ଏହା ଦ୍ୱାରା କାନ ବଥା ହୋଇଥାଏ, ବେଳେବେଳେ କାନ ମଧ୍ୟ ଟାଣି ଥାଏ ।
– ଆମେ ମୋବାଇଲରେ ଇଅର ଫୋନ୍ ଲଗାଇ ଗୀତ ଶୁଣିବା ସହ ଅନ୍ୟ ଲୋକଙ୍କ ସହ କଥା ହୋଇଥାଉ। ଭୁଲରେ ବି ଅନ୍ୟ କାହା ସହିତ ଆପଣଙ୍କ ଇଅର ଫୋନ୍ ସେୟାର କରନ୍ତୁ ନାହିଁ। ସର୍ଭେରୁ ଜଣାପଡ଼ିଛି, ଏହା କରିବା ଦ୍ୱାରା କାନ ଇନ୍ଫେକ୍ସନ ହେବାର ଆଶଙ୍କା ରହିଛି।
from OdishaReporter https://ift.tt/2vSU3en
No comments:
Post a Comment