‘ଆମ୍ମା’ଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ: ଲିଡ୍‌ ରୋଲ୍‌ରେ ଆସିପାରନ୍ତି ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

‘ଆମ୍ମା’ଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ: ଲିଡ୍‌ ରୋଲ୍‌ରେ ଆସିପାରନ୍ତି ଏହି ଅଭିନେତ୍ରୀ

ଜୟଲଳିତାଙ୍କ ମୃତ୍ୟୁ ପରେ ବହୁ ନିର୍ମାତା ‘ଆମ୍ମା’ଙ୍କ ଜୀବନୀକୁ ନେଇ ଫିଲ୍ମ୍‌ ନିର୍ମାଣ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ ଖବର ଆସିଥିଲା, ଫିଲ୍ମ ନିର୍ମାତା ବିଜୟ ଏବଂ ପ୍ରିୟଦର୍ଶିନି ଜୟଳଲିତାଙ୍କ ବାୟୋପିକ୍‌ ଫିଲ୍ମର ନିର୍ମାଣ କରିବେ।

ମୁମ୍ବାଇ (ଓଡ଼ିଶା ରିପୋର୍ଟର୍‌): ଭାରତୀୟ ରାଜନୀତିର ‘ଆମ୍ମା’ ତଥା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜୟଲଳିତାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ବଲିଉଡ୍ ମୁଭି। ତେବେ ଏହି ଫିଲ୍ମ୍‌ରେ ଆମ୍ମାଙ୍କ ଭୂମିକାରେ କିଏ ଅଭିନୟ କରିବେ, ସେ ନେଇ  କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।

ଜୟଲଳିତାଙ୍କ ମୃତ୍ୟୁ ପରେ ବହୁ ନିର୍ମାତା ‘ଆମ୍ମା’ଙ୍କ ଜୀବନୀକୁ ନେଇ ଫିଲ୍ମ୍‌ ନିର୍ମାଣ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ ଖବର ଆସିଥିଲା, ଫିଲ୍ମ ନିର୍ମାତା ବିଜୟ ଏବଂ ପ୍ରିୟଦର୍ଶିନି ଜୟଳଲିତାଙ୍କ ବାୟୋପିକ୍‌ ଫିଲ୍ମର ନିର୍ମାଣ କରିବେ।

ଏବେ କିନ୍ତୁ ଆସିଥିବା ଖବର ମୁତାବକ, ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଭରଦ୍ୱାଜ ‘ଆମ୍ମା’ଙ୍କ ଜୀବନୀକୁ ନେଇ ଏକ ହିନ୍ଦୀ ଫିଲ୍ମ୍‌ ଖୁବଶୀଘ୍ର ତିଆରି କରିବେ। ଏପରିକି ଏହି ଫିଲ୍ମ୍‌ର ନିର୍ଦ୍ଦେଶନା ପାଇଁ ଜାତୀୟ ପୁରସ୍କାର ବିଜେତା ପି.ଭାରଥିରାଜାଙ୍କୁ ଆଦିତ୍ୟ ଚୁକ୍ତିବଦ୍ଧ ମଧ୍ୟ କରିସାରିଛନ୍ତି।

ଫିଲ୍ମ୍‌ର ନାଁ ରହିଛି ‘ଆମ୍ମା; ପୁରାଚି ଥାଲୟବି’। ଶୁଣିବାକୁ ମିଳୁଛି, ବଲିଉଡ୍‌ ନୀଳନୟନା, ଐଶ୍ୱର୍ଯ୍ୟା ରାୟବଚ୍ଚନ ଓ ‘ବାହୁବଳି’ ଫେମ୍‌ ଅନୁଷ୍କା ସେଟ୍ଟୀଙ୍କ ମଧ୍ୟରୁ କେହି ଜଣେ ଜୟଳଳିତାଙ୍କ ଭୂମିକାରେ ଆସିବେ।

ଫିଲ୍ମ୍‌ର ନିର୍ମାତା ଆଦିତ୍ୟ ଭରଦ୍ୱାଜଙ୍କ କହିବା ଅନୁଯାୟୀ, ଅମ୍ମାଙ୍କ ଭୂମିକାରେ ଅଭିନୟ ପାଇଁ ଐଶ୍ୱର୍ଯ୍ୟା ଏବଂ ଅନୁଷ୍କା, ଦୁଇଜଣଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟୀକରଣ ମିଳିନାହିଁ।

ଏହି ଫିଲ୍ମ୍‌ର ସୁଟିଂ ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ।



from Odisha Reporter https://ift.tt/2o8NmRJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages