ଶହେବର୍ଷ ଭିତରେ ସବୁଠାରୁ ବଡ଼ ବନ୍ୟା: ୩୨୪ ଜଣଙ୍କ ମୃତ୍ୟୁ, ୨ ଲକ୍ଷ ସ୍ଥାନାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଶହେବର୍ଷ ଭିତରେ ସବୁଠାରୁ ବଡ଼ ବନ୍ୟା: ୩୨୪ ଜଣଙ୍କ ମୃତ୍ୟୁ, ୨ ଲକ୍ଷ ସ୍ଥାନାନ୍ତର

ଥିରୁଅନନ୍ତପୁରମ: କେରଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ କସରଗଡ଼କୁ ଛାଡ଼ିଦେଲେ ୧୩ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଘୋଷଣା ହୋଇଛି। ରାଜ୍ୟରେ ୮୦ଟି ଡ୍ୟାମ୍‌ ଖୋଲାଯାଇଥିବା ବେଳେ ବନ୍ୟା ଜନିତ ମୃତ୍ୟ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ୨ ଲକ୍ଷ ୩୩ ହଜାର ୧୩୯ ଲୋକଙ୍କୁ ଉଦ୍ଧାର କରି ୧୫ ହଜାର ରିଲିଫ୍‌ କ୍ୟାମ୍ପ୍‌ରେ ଥଇଥାନ କରାଯାଇଛି। ବିଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାର ବଡ଼ ବନ୍ୟା ବୋଲି କେରଳ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି।

ଅଗଷ୍ଟ ୮ ତାରିଖରୁ ରାଜ୍ୟରେ ବର୍ଷା ଲାଗି ରହିଛି। ଫଳରେ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ବନ୍ୟା ଯୋଗୁଁ ୨୮୫୭ଟି ଘର ଓ ୩୩୯୩ ହେକ୍ଟର ଫସଲ ନଷ୍ଟ ହୋଇଛି। ଅନେକ ସରକାରୀ ୱାଟର୍‌ ପ୍ଲାଣ୍ଟ୍ ବନ୍ୟା ଜଳରେ ମିଶି ଯାଇଥିବାରୁ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି। ପିଇବା ପାଣିର ସଂକଟ ଦୂର କରିବା ପାଇଁ ନୌସେନା ପକ୍ଷରୁ ୨ ଲକ୍ଷ ଲିଟର ବିଶିଷ୍ଟ ଏକ ପାଣି ଟାଙ୍କିକୁ ମୁମ୍ବାଇରୁ କୋଚିକୁ ନିଆଯାଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ସୂଚନା ଦେଇଛନ୍ତି।

ବନ୍ୟା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିବା କେରଳରେ ପ୍ରାୟ ୮ ହଜାର ୩୧୬ କୋଟି ଟଙ୍କାର ରାଜସ୍ୱ ନଷ୍ଟ ହୋଇଛି। ରାସ୍ତାଘାଟ ଧୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ସେନା ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅଗ୍ନିଶମ ବିଭାଗ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ସେନା ପକ୍ଷରୁ ପ୍ରାୟ ୪୫ଟି ହେଲିକପ୍ଟର୍‌ ନିୟୋଜିତ କରାଯାଇଛି।

ଲଗାଣ ବର୍ଷା ଯୋଗୁଁ ସଡ଼କପଥ ଓ ରେଳପଥ ସହିତ ବିମାନ ବନ୍ଦର ବି ପାଣି ଘେରରେ ରହିଛି। କୋଚି ବିମାନବନ୍ଦର ସଂପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି। ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କୋଚି ବିମାନ ବନ୍ଦରରୁ ବିମାନ ଚଳାଚଳ ବନ୍ଦ କରାଯାଇଛି।

ବନ୍ୟା ପରିସ୍ଥିତି ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍‌ଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଓଡ଼ିଶା ପକ୍ଷରୁ ୫ କୋଟି ଟଙ୍କା ସହାୟତା ରାଶି ସହିତ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଟ୍ୱିଟର୍‌ରେ ଘୋଷଣା କରିଛନ୍ତି।

କେନ୍ଦ୍ର ସରାକାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ କେରଳକୁ ୧୦୦ କୋଟି ଟଙ୍କା ସହାୟତା ଅର୍ଥରାଶି ପ୍ରଦାନ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ କେରଳକୁ ୧୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ପରଖିବାକୁ ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ କେରଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter https://ift.tt/2Pi71ek

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages