ଏସିଆନ୍‌ ଗେମ୍ସରେ ଓଡ଼ିଆ ତାରକା, ଜାଣନ୍ତୁ କେଉଁମାନେ ଅଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଏସିଆନ୍‌ ଗେମ୍ସରେ ଓଡ଼ିଆ ତାରକା, ଜାଣନ୍ତୁ କେଉଁମାନେ ଅଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ପାଇଁ ଏସିଆନ୍‌ ଗେମ୍ସରେ  ୧୨ ଜଣ ଓଡ଼ିଆ ପ୍ରତିନିଧିତ୍ୱ କରୁଛନ୍ତି। ଆଥଲେଟିକ୍ସ, ହକି , ବ୍ୟାଡ୍‌ମିଣ୍ଟନ, ଜିମ୍ନାଷ୍ଟିକ୍ସ ଓ ନୌଚାଳନାରେ ଓଡ଼ିଶାର ୯ଜଣ ମହିଳା ଏବଂ ୩ ଜଣ ପୁରୁଷ ଖେଳାଳି ଅଂଶ ଗ୍ରହଣ କରିବେ।  ସେମାନଙ୍କଠାରୁ ସାରା ଦେଶ ବିଶେଷ କରି ଓଡ଼ିଶାବାସୀ ମେଡାଲର ଆଶା ରଖିଛନ୍ତି।

ଓଡ଼ିଆ ଧାବିକା ଦୂତି ଚାନ୍ଦ ୧୦୦ ମିଟର  ଓ ୪ ଗୁଣା ଶହେ ମିଟର ରିଲେରେ ଭାଗ ନେଉଛନ୍ତି। ତାଙ୍କଠାରୁ ସମସ୍ତେ ମେଡାଲ୍‌ ଆଶା ରଖିଛନ୍ତି।

୪ଶହ ମିଟର ଦୌଡ଼ ଇଭେଣ୍ଟରେ ଜଉନା ମୁର୍ମ ଏବଂ ହେପଟାଥଲେନ ଇଭେଣ୍ଟରେ ପୂର୍ଣ୍ଣିମା ହେମ୍ବ୍ରମ୍‌ଙ୍କ ଠାରୁ ମଧ୍ୟ ଦେଶବାସୀ ମେଡାଲ ଆଶା ରଖିଛନ୍ତି।

ଏସିଆନ୍ ଗେମ୍ସରେ ଓଡ଼ିଶାର ପ୍ରଥମ ମହିଳା ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ସିକି ରେଡ୍ଡୀଙ୍କ ସହ ମିଶି ମହିଳା ଡବଲ୍ସ ଇଭେଣ୍ଟରେ ମେଡାଲ ପାଇଁ ଲଢ଼େଇ କରିବେ।

ଭାରତୀୟ ହକି ଟିମ୍‌ର ଉଭୟ ପୁରୁଷ ଓ ମହିଳା ଦଳରେ ଏକାଧିକ ଓଡ଼ିଆ ରହିଛନ୍ତି। ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରହିଛନ୍ତି। ସେହିପରି ମହିଳା ଦଳରେ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଏବଂ ସୁନୀତା ଲାକ୍ରା ରହିଛନ୍ତି।

ସେହିପରି ଜିମ୍ନାଷ୍ଟିକ୍ସରେ ରାକେଶ ପାତ୍ର ଏବଂ ନୌଚାଳନାରେ ସଂଯୁକ୍ତା ଡୁଙ୍ଗଡୁଙ୍ଗ ମଧ୍ୟ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି।



from Odisha Reporter https://ift.tt/2MviR6p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages