ବରିଷ୍ଠ କଂଗ୍ରେସ୍‌ ନେତା ଗୁରୁଦାସ୍‌ କମାତ୍‌ଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 22, 2018

ବରିଷ୍ଠ କଂଗ୍ରେସ୍‌ ନେତା ଗୁରୁଦାସ୍‌ କମାତ୍‌ଙ୍କ ପରଲୋକ

GurudasKamat

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁଦାସ୍‌ କମାତ୍‌ଙ୍କର ଆଜି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।

ବାସଭବନରେ ସକାଳେ ସେ ଏକାକୀ ଥିବାବେଳେ ଅଣନିଃଶ୍ୱାସୀ ଅନୁଭବ କରିବାରୁ ତାଙ୍କ ଡ୍ରାଇଭର୍‌ କମାତ୍‌ଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ରାସ୍ତାରେ ସେ ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଇଥିବା ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି। ଖବର ପାଇ ମୁମ୍ବାଇରେ ଥିବା ପରିବାର ଲୋକେ ଦିଲ୍ଲୀ ପହଞ୍ଚିଛନ୍ତି।
ମହାରାଷ୍ଟ୍ରର ବରିଷ୍ଠ ନେତା ଗୁରୁଦାସ୍‌ ପ୍ରଥମେ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ଏବଂ ପରେ ୧୯୮୪ ମସିହାରେ ମୁମ୍ବାଇ ଉତ୍ତର-ପୂର୍ବ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ସେହି ନିର୍ବାଚନ ମଣ୍ଡଳୀରୁ୧୯୯୧, ୧୯୯୮ ଏବଂ ୨୦୦୪ରେ ମଧ୍ୟ ସାଂସଦ ହୋଇଥିଲେ।

୨୦୦୯ ରେ ମୁମ୍ବାଇ ଉତ୍ତର-ପଶ୍ଚିମ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହେବା ସହ ଗୁରୁଦାସ୍ କମାତ୍‌ ସେହିବର୍ଷ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ସହ ଅତିରିକ୍ତ ଭାବେ ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।

୨୦୧୧ରେ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଏବଂ ୨୦୧୩ରେ କମାତ୍‌ଙ୍କୁ ଏଆଇସିସିର ସାଧାରଣ ସଂପାଦକ ସହ ସିଡବ୍ଲ୍ୟୁସିର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା।

ଆଇନଜୀବୀର ପେସାରୁ ରାଜନୀତିକୁ ଆସିଥିବା ଗୁରୁଦାସ୍ କମାତ୍‌ ୨୦୧୭ ମସିହାରେ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସର ସବୁ ମହଲରେ ସେ ଜଣେ ସମ୍ମାନସ୍ପଦ ନେତା ରୂପେ ଗଣାଯାଉଥିଲେ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ କମାତ୍‌ଙ୍କ ବିୟୋଗ ଖବର ପାଇ କଂଗ୍ରେସ୍‌ ନେତ୍ରୀ ସୋନିଆ ଗାନ୍ଧି ହସ୍ପିଟାଲ୍‌ରେ ତାଙ୍କ ଶେଷ ଦର୍ଶନ କରିଥିଲେ। କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଟ୍ୱିଟ୍‌ ଜରିଆରେ କହିଛନ୍ତି ଯେ କମାତ୍‌ଙ୍କ ବିୟୋଗ କଂଗ୍ରେସ୍‌ ପରିବାର ପାଇଁ ଏକ ଦାରୁଣ ଧକ୍କା।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌, ରଣଦୀପ୍‌ ସିଂହ ସୁର୍ଜେୱାଲା ଓ ଆପିଏଲ୍ ଅଧ୍ୟକ୍ଷ ରାଜୀବ ଶୁକ୍ଲା ମଧ୍ୟ କମାତ୍‌ଙ୍କ ମୃତ୍ୟୁରେ ଟ୍ୱିଟ୍‌ କରି ଶୋକପ୍ରକାଶ କରିଛନ୍ତି।



from Odisha Reporter https://ift.tt/2LjeRkN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages