
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ରେ ଥିବା କମର୍ଦ୍ଦା ସୁରେନ୍ଦ୍ରନାଥ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ନୂତନ କୋଠା ଉଦ୍ଘାଟନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଅନୁଦାନରେ ନିର୍ମିତ ହୋଇଥିବା ଏହି କୋଠାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଆଜି ଉଦ୍ଘାଟନ କରିବାକୁ ଆସିଥିଲେ। ଏହାକୁ ଏକ ଛାତ୍ର ଗୋଷ୍ଠୀ ବିରୋଧ କରିଥିଲା। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।
from Odisha Reporter https://ift.tt/2NcwFju
No comments:
Post a Comment