ପାଣିଟାଙ୍କି ଭୁଶୁଡ଼ିଲା ବେଳେ ଯଦି ସେଠି କେହି ଥାଆନ୍ତେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ପାଣିଟାଙ୍କି ଭୁଶୁଡ଼ିଲା ବେଳେ ଯଦି ସେଠି କେହି ଥାଆନ୍ତେ?

ରାଉରକେଲା (ଓଡ଼ିଶା ରିପୋର୍ଟର): ବହୁବର୍ଷ ତଳର ଏକ ଓଭରହେଡ୍‌ ଟ୍ୟାଙ୍କ ପୁରୁଣା ହୋଇଯାଇଥିଲା। ଏହା ବିପଦଶଙ୍କୁଳ ଅବସ୍ଥାରେ ଥିଲା ବୋଲି ସମସ୍ତେ ଜାଣିଥିଲେ। କେତେବେଳେ ବି ଭୁଶୁଡ଼ି ଯାଇପାରେ ଓ କିଛି ବି କ୍ଷତି ଘଟାଇ ପାରେ। ଏ କଥା ଜାଣିଥିଲେ ବି କୌଣସି କର୍ତ୍ତୃପକ୍ଷ କିଛି ବି ପଦକ୍ଷେପ ନେଇନଥିଲେ। ଫଳରେ ଆଜି ଏହି ବିଶାଳ ପାଣିଟାଙ୍କିଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟକୁ ଏହା ପାଖାପାଖି କେହି ନଥିଲେ। ଫଳରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାଁନ୍ତି।

ସରକାରୀ ବ୍ୟବସ୍ଥା କେତେ ଦାୟିତ୍ୱଶୂନ୍ୟ ତାହା ଆଜି ଦେଖିବାକୁ ମିଳିଛି ରାଉରକେଲା ଟାଉନ୍‌ସିପ୍‌ରେ। ଏଠି ଥିବା ଏକ ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ଥିବା ୱେସ୍କୋ ଅଫିସ୍ ସମ୍ପୂର୍ଣ୍ଣ ଚୁର୍‌ମାର୍ ହୋଇଯାଇଛି।

ସୂଚନାଯୋଗ୍ୟ, ୭୦ ଫୁଟ୍ ଉଚ୍ଚର ଏହି ବିଶାଳ ପାଣି ଟାଙ୍କି ସିଭିଲ୍ ଟାଉନସିପ୍‌କୁ ପାଣି ଯୋଗାଉଥିଲା। ଟାଙ୍କିଟି ଆଜି ହଠାତ ଭୁଶୁଡି ପଡିଥିବାରୁ କଂକ୍ରିଟ୍ ସମେତ ଏଥିରେ ଥିବା ହଜାର ହଜାର ଲିଟର ପାଣି ମାଡ଼ରେ ଏହା ନିକଟରେ ଥିବା ୱେସ୍କୋ ଅଫିସ୍‌ ସମ୍ପୁର୍ଣ୍ଣ ଭାଙ୍ଗିଯିବା ସହ ନିକଟରେ ଥିବା ଆଉକିଛି ଘର କ୍ଷତିଗ୍ରସ୍ତ ହୋଇଛି।

ୱେସ୍କୋ ଅଫିସ୍ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବି ସେଠାରେ କେହି ଥିଲେ କି ନଥିଲେ ସେ ନେଇ ପ୍ରଥମେ ଜଣାପଡି ନ ଥିଲା। ତେବେ ଶେଷ ଘଟଣା ସୁଦ୍ଧା ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ୫୦ରୁ ଅଧିକ ବାଇକ ଓ ସାଇକଲ୍ ଭାଙ୍ଗି ଚୁର୍‌ମାର୍‌ ହୋଇଛି। ସୌଭାଗ୍ୟକୁ କାହାର ପ୍ରାଣହାନୀ ଘଟିନାହିଁ।

ସୂଚନାଯୋଗ୍ୟ, ୧୯୭୫ ମସିହାରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ୯ ଲକ୍ଷ ଲିଟର କ୍ଷମତା ବିଶିଷ୍ଠ ଏହି ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। କାଳକ୍ରମେ ଏହା ବିପଦ ସଙ୍କୁଳ ଅବସ୍ଥାକୁ ଚାଲିଆସିଥିଲା। ଫଳରେ ବିଭାଗ ପକ୍ଷରୁ ଏକ ନୂଆ ପାଣି ଟାଙ୍କି ନିର୍ମାଣ ଚାଲିଛି ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି।

ଯଦି ଏହି ପାଣିଟାଙ୍କି ବିପଦ ସଙ୍କୁଳ ହୋଇ ପଡିଥିଲା ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଜାଣିଥିଲେ ତବେ କ’ଣ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି ଏବେ ପ୍ରଶ୍ନ ଉଠିଛି।



from Odisha Reporter https://ift.tt/2MZeD7u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages