୩୭ ବର୍ଷ ତଳେ ବିମାନ ଅପହରଣ କରି ପାକିସ୍ତାନ ନେଇଯାଇଥିବା ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

୩୭ ବର୍ଷ ତଳେ ବିମାନ ଅପହରଣ କରି ପାକିସ୍ତାନ ନେଇଯାଇଥିବା ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଦୀର୍ଘ ୩୭ ବର୍ଷ ପୂର୍ବେ ଏକ ବିମାନ ଅପହରଣ ମାମଲାରେ ଦିଲ୍ଲୀର ପଟିଆଲା କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏମାନେ ହେଲେ ସତ୍‌ନାମ ସିଂହ ଏବଂ ତେଜିନ୍ଦର ପାଲ୍‌।

କୋର୍ଟଙ୍କ ଏହି ରାୟ ଆସିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରେନ୍ଦ୍ର ସିଂହ ଏହାକୁ ସ୍ୱାଗତ କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ଏ ବିଷୟରେ ଉଲ୍ଲେଖ କରିଛନ୍ତି।

୧୯୮୧ ମସିହାରେ ଦିଲ୍ଲୀରୁ ଏକ ଏୟାର ଇଣ୍ଡିଆ ବିମାନକୁ ୫ ଜଣ ଅସ୍ତ୍ରଧାରୀ ଶିଖ୍‌ ଅପହରଣ କରିନେଇଥିଲେ। ପ୍ରଥମେ ବିମାନଟିକୁ ଅମ୍ରିତ୍‌ସର ରୁଟ୍‌ ଦେଇ ଶ୍ରୀନଗର ନେଇଯାଇଥିଲେ। ସେଠାରୁ ଏମାନେ ବିମାନଟିକୁ ପାକିସ୍ତାନର ଲାହୋର ନେଇ ଯାଇଥିଲେ। ସେଠାରେ ସମ୍ପୃକ୍ତ ଅପହରଣକାରୀଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗିରଫ କରାଯାଇଥିଲା।

ପାକିସ୍ତାନ ଅଦାଲତ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ପାକିସ୍ତାନ ସରକାର ୨୦୦୦ ମସିହାରେ ସତ୍‌ନାମ ସିଂହ ଏବଂ ଅନ୍ୟ ଜଣେ ତେଜିନ୍ଦର ପାଲ୍‌ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଥିଲେ।

ଉଭୟଙ୍କ ବିରୋଧରେ ଭାରତ ସରକାରଙ୍କ ପକ୍ଷରୁ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ପ୍ରମାଣ ଅଭାବାରୁ ଉଭୟଙ୍କୁ ଏହି ଦେଶଦ୍ରୋହ ମାମଲାରୁ ଦିଲ୍ଲୀର ପଟିଆଲା କୋର୍ଟ ଦୋଷମୁକ୍ତ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ବିମାନ ଅପହରଣ ମାମଲାରେ ସମସ୍ତ ଅଭିଯୁକ୍ତ ପୂର୍ବରୁ ପାକିସ୍ତାନ କୋର୍ଟ ଦ୍ୱାରା ଦଣ୍ଡ ଭୋଗି ସାରିଛନ୍ତି। ତେଣୁ ସେମାନଙ୍କୁ ପୁଣି ଥରେ ଦଣ୍ଡିତ କରିବା ଅନ୍ୟାୟ ହେବ। ତେଣୁ କୋର୍ଟ ଆଜି ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତେବେ ଉକ୍ତ ଘଟଣା ପରେ ବାକି ୩ ଜଣ ଅଭିଯୁକ୍ତ ଭାରତ ଫେରି ନଥିଲେ।

ଯେଉଁ ବିମାନକୁ ସେ ସମୟରେ ଅପହରଣ କରାଯାଇଥିଲା ସେଥିରେ ୧୧୧ ଜଣ ଯାତ୍ରୀ ଥିଲେ।



from Odisha Reporter https://ift.tt/2oc84Aj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages