ଫେରୁଛି ‘କସୌଟୀ ଜିନ୍ଦେଗୀ କି’: କୋମଲିକା କ୍ୟାରେକ୍ଟରକୁ ନେଇ ଏବେ ବି ସସ୍‌ପେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ଫେରୁଛି ‘କସୌଟୀ ଜିନ୍ଦେଗୀ କି’: କୋମଲିକା କ୍ୟାରେକ୍ଟରକୁ ନେଇ ଏବେ ବି ସସ୍‌ପେନ୍ସ

hina

ମୁମ୍ବାଇ: ପୁଣି ଫେରୁଛି ଏକତା କପୁରଙ୍କ ଲୋକପ୍ରିୟ ସିରିଏଲ୍‌ ‘କସୌଟୀ ଜିନ୍ଦେଗୀ କି’। ଏହାର ଦ୍ୱିତୀୟ ଭାଗ ଆସିବ ବୋଲି ଜଣାପଡ଼ିବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ବିଶେଷ କରି କାଷ୍ଟିଂକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି।

ନିକଟରେ ସିରିଏଲ୍‌ର ପ୍ରଡ୍ୟୁସର୍‌ ଏକତା କପୁର ଏହା ବିଷୟରେ କିଛି ସୂଚନା ଦେଇଛନ୍ତି। ହେଲେ ମୁଖ୍ୟ ଚରିତ୍ର ‘କୋମଲିକା’କୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି।

ଏକ ଟିଭି ଶୋ’ରେ ସିରିଏଲ୍‌ରେ କୋମଲିକା ଚରିତ୍ର କ’ଣ ହିନା ଖାନ୍‌ କରୁଛନ୍ତି ବୋଲି ଏକତାଙ୍କୁ ପଚରା ଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, “ସେ ଜଣେ ବଡ଼ ଆକ୍ଟର୍‌। ସେ ବହୁତ ସକାରାତ୍ମକ ଚରିତ୍ରରେ ଅଭିନୟ କରିଛନ୍ତି। ଏବେ ଆପଣ ନିଜେ ଜାଣି ପାରୁଥିବେ, ମୁଁ କ’ଣ କହିବାକୁ ଚାହୁଁଛି।”

ନିକଟରେ ଏକତା ‘fromthe former to the latter’ ହାସ୍‌ଟ୍ୟାଗ୍‌ ସହ ଏକ ଫଟୋ ଶେୟାର କରିଥିଲେ। ହେଲେ ଏହି ଫଟୋ ହିନା ଖାନ୍‌ଙ୍କର ନୁହେଁ। ଏହି ଫଟୋଟି କ୍ରିଷ୍ଟଲ୍‌ ଡି’ ସୁଜାଙ୍କର ଥିଲା।

ଏକତା ଏହି ଫଟୋ ପୋଷ୍ଟ କରିବା ପରେ ‘କୋଲୋଲିକା’ ଚରିତ୍ରକୁ ନେଇ ସସ୍ପେନ୍ସ ଆହୁରି ବଢ଼ି ଯାଇଛି। କାରଣ, ସମସ୍ତଙ୍କର ଧାରଣା ଥିଲା ଯେ ସିରିଏଲ୍‌ର ପ୍ରଥମ ଭାଗ ପରି ଦ୍ୱିତୀୟ ଭଗରେ ମଧ୍ୟ କୋମଲିକା ଚରିତ୍ର ହିନା ଖାନ୍‌ କରିବେ ବୋଲି।



from Odisha Reporter https://ift.tt/2OGP6wM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages