
ନୂଆଦିଲ୍ଲୀ: ମହାନ ଜନନାୟକ, ଯୁଗ ପୁରୁଷ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରୁ ସେନାର ସ୍ୱତନ୍ତ୍ର ଗାଡ଼ିରେ ଅଟଳଜୀଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଉଛି।
ଅପରାହ୍ଣ ୪ଟାରେ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପଞ୍ଚଭୂତରେ ଲୀନ ହେବେ ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବେ। ଏହି ଅନ୍ତିମ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି। ଅଟଳଜୀଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ଶେଷ ବିଦାୟ ଜଣାଉଛନ୍ତି। ସାରା ଦିଲ୍ଲୀବାସୀ ଏକାଠି ହୋଇ ‘ଅଟଳଜୀ ଅମର ରହୈ ନାରା’ ଦେଉଛନ୍ତି।
ଏହାପୂର୍ବରୁ ଗତକାଲି କ୍ରିଷ୍ଣା ମେନନ୍ ମାର୍ଗ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରହିଥିବା ଅଟଳଜୀଙ୍କ ପାର୍ଥିବ ଶରୀରକୁ ଏକ ବିରାଟ୍ ପଟୁଆରରେ ବିଜେପି ମୁଖ୍ୟାଳୟକୁ ଅଣା ଯାଇଥିଲା। ପାଖାପାଖି ସକାଳ ୯ଟାରୁ ଦିନ ୧ଟା ଯାଏ, ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକ ଅଟଳଜୀଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ପୁଣି ଥରେ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାବାଦ୍ ଚୀନ୍ ଓ ଆମେରିକାର କିଛି ସଦସ୍ୟ ମଧ୍ୟ ଏହି ମହାନାୟକଙ୍କୁ ବିଦାୟ ଦେବାକୁ ଆଜି ବାସବଭବନରେ ପହଞ୍ଚିଥିଲା। ପଡ଼ୋଶୀ ପାକିସ୍ତାନର ଏକ ପ୍ରତିନିଧି ଦଳ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିବେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2vRh2Hz
No comments:
Post a Comment